ଓଡିଶାର ଆନନ୍ଦ କୁମାର- ଗରୀବ ପିଲାଙ୍କୁ ‘ଜିନ୍ଦେଗୀ’ ମାଧ୍ୟମରେ କରୁଛନ୍ତି ମେଡିକାଲ ପାଇଁ ପ୍ରସ୍ତୁତ
Khabar Odisha:state-odisha-a-noble-initiative-in-odisha-akin-to-famed-anand-kumar-super-30-giving-wings-to-poor-students-to-crack-neet-exam-to-qualify-for-admission-in-medical-colleges
ଭୁବନେଶ୍ଵର, ସେପ୍ଟେମ୍ବର ୧୨ (ଖବର ଓଡିଶା) :

ଗଣିତଜ୍ଞ ଆନନ୍ଦ କୁମାରଙ୍କ ସୁପର ୩୦ରୁ ପ୍ରେରିତ ଏଭଳି ଏକ ବ୍ୟକ୍ତିତ୍ଵ ଓଡିଶାରେ ଦେଖିବାକୁ ମିଳିଛନ୍ତି। କିନ୍ତୁ ଏଠାରେ ଇଞ୍ଜିନିୟରିଙ୍ଗ ନୁହେଁ ସେ ପିଲାମାନଙ୍କୁ ମେଡିକାଲ ପାଇଁ ପ୍ରସ୍ତୁତ କରାଉଛନ୍ତି। ଏହି ବ୍ୟକ୍ତି ଜଣକ ଆର୍ଥିକ ରୂପରେ ଦୁର୍ବଳ ଥିବା ଛାତ୍ରଛାତ୍ରୀଙ୍କ ସ୍ଵପ୍ନ ସାକାର କରିବା ପାଇଁ କାମ କରୁଛନ୍ତି। ତାଙ୍କ ଇନଷ୍ଟିଚ୍ୟୁଟରେ ପରିବା ବିକ୍ରେତା, ମତ୍ସ୍ୟଜିବୀ, ଗରୀବ କୃଷକଙ୍କ ପିଲାମାନେ ଅଧ୍ୟୟନ କରୁଛନ୍ତି। ତେବେ ଏବଳି ଅନନ୍ୟ ଉଦାହରଣ ସୃଷ୍ଟି କରୁଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ଅଜୟ ବାହାଦୂର ସିଂହ। 

୧୯ ମେଧାବୀ ଛାତ୍ରଙ୍କୁ କରୁଛନ୍ତି ପ୍ରସ୍ତୁତ

ବାହାଦୂର ସିଂହ ନିଜ ପରିବାରର ଆର୍ଥିକ ଅନଟନ କାରଣରୁ ପଢାରୁ ଅଧାରୁ ଡୋରି ବାନ୍ଧିଥିଲେ। ପରିବାର ପ୍ରତିପୋଷଣ ପାଇଁ ତାଙ୍କୁ ଚା ଏବଂ ସର୍ବ ବିକ୍ରି କରିବାକୁ ପଡୁଥିଲା। ଏହାପରେ ଭୁବନେଶ୍ଵରରେ ୨୦୧୬ରୁ ସେ ଜିନ୍ଦେଗୀ କାର‌୍ୟ୍ୟକ୍ରମ ଆରମ୍ଭ କରିଥିଲେ। ଏଥିରେ ଏବେ ୧୯ଜଣ ଛାତ୍ର ଅଧ୍ୟୟନରତ। ସେମାନେ ମେଡିକାଲ ପାଇଁ ପ୍ରସ୍ତୁତ ହେଉଛନ୍ତି। ତେବେ ତାଙ୍କ ଗ୍ରୁପରେ ଉଭୟ ଛାତ୍ର ଏବଂ ଛାତ୍ରୀ ସାମିଲ ଅଛନ୍ତି। 

୨୦୧୮ରେ ୧୪ଜଣ ଛାତ୍ରଙ୍କୁ ମିଳିଥିଲା ସଫଳତା

ଜିନ୍ଦେଗୀ ଇନଷ୍ଟିଚ୍ୟୁଟରେ ଏକ ରାଜ୍ୟ ସ୍ତରୀୟ ପରୀକ୍ଷା ମାଧ୍ୟମରେ ଗରୀବ ପୃଷ୍ଠଭୂମିର ପିଲାମାନଙ୍କ ମଧ୍ୟରେ ପରୀକ୍ଷା କରାଯାଇଥାଏ। ସେମାନଙ୍କ ମଧ୍ୟରୁ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ବଛା ଯାଇଥାଏ। ଏହାପରେ ସେମାନଙ୍କୁ ଶିକ୍ଷାଦାନ ଦିଆଯାଏ। ଏହି ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ଖାଦ୍ୟ, ଆବାସ ସ୍ଥଳୀ, ଏବଂ ତମାମ ଅନ୍ୟାନ୍ୟ ସୁବିଧା ଯୋଗୋଇ ଦିଆଯାଏ। ତେବେ ଗତ ବର୍ଷ ୨୦୧୮ରେ ତାଙ୍କ ଇନଷ୍ଟିଚ୍ୟୁଟରୁ ୧୮ଜଣଙ୍କୁ ନିଟ ପରୀକ୍ଷାରେ ସଫଳତା ମିଳିଥିଲା। ଏମାନଙ୍କ ମଧ୍ୟରୁ ୧୨ଜଣଙ୍କୁ ଓଡିଶା ସରକାରୀ ମେଡିକାଲ କଲେଜରେ ଭର୍ତ୍ତି ମିଳିଥିଲା। ଅଜୟ ବାହାଦୂରଙ୍କ ଏଭଳି କାର‌୍ୟ୍ୟକଳାପ ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ କରିଥିଲେ। 

ପରିଶ୍ରମ ବଳରେ ସବୁ ବାଧାବିଘ୍ନ ପାର କରନ୍ତି

ବାହାଦୂରଙ୍କ ପାଖରେ ଅଧ୍ୟୟନ କରୁଥିବା ଜଣେ ଛାତ୍ର ଅଙ୍ଗୁଲ ଜିଲ୍ଲାର ଜଣେ କୃଷକଙ୍କ ଝିଅ କ୍ଷୀରୋଦିନୀ ସାହୁ, କୋରାପୁଟର ଜଣେ ଶ୍ରମିକଙ୍କ ଝିଅ ରାନୀ ବାଗ, ଭଦ୍ରକ ଜିଲ୍ଲାର ଜଣେ ଟ୍ରକ ଡ୍ରାଇଭରଙ୍କ ପୁଅ ସ୍ମୃତି ରଞ୍ଜନ ସେନାପତି, ପାନାଗଢର ଏକ ପରିବା ବିକ୍ରେତାଙ୍କ ପୁଅ ସତ୍ୟଜିତ ସାହୁ, ଜଣେ ମାଛ ଧରାଳୀଙ୍କ ପୁଅ ମଞ୍ଜୀତ ବାଲା। ଏଭଳି ବହୁ ଛାତ୍ରଛାତ୍ରୀ ଅଛନ୍ତି। ଯେଉଁମାନେ ନିଜ ସ୍ଵପ୍ନ ସାକାର କରିବା ପାଇଁ ପ୍ରୟାସରତ ଅଛନ୍ତି। 

ଅର୍ଥିକ ରୂପରେ ଦୁର୍ବଳ ଥିବା ପିଲାମାନଙ୍କୁ ମିଳେ ସୁଯୋଗ

ଜିନ୍ଦେଗୀ କାର‌୍ୟ୍ୟକ୍ରମର ସମନ୍ଵୟକ ଜାହିଦ ଅଖତର କହିଛନ୍ତି କି, ଛାତ୍ର ଏବଂ ଛାତ୍ରୀମାନଙ୍କ ପାଇଁ ଅଲଗା ଛାତ୍ରାବାସ ସୁବିଧା ରହିଛି। ସେଠାରେ ସେମାନଙ୍କୁ ସାଧା ତଥା ପୌଷ୍ଟିକ ଭୋଜନ ଦିଆଯାଏ। ଅର୍ଥିକ ରୂପରେ ଦୁର୍ବଳ ଥିବା ଛାତ୍ରଛାତ୍ରୀଙ୍କୁ ଏଠାରେ ପଢିବାକୁ ସୁଯୋଗ ଦିଆଯାଏ। 

ଆନନ୍ଦ କୁମାର ହେଉଛନ୍ତି ପ୍ରେରଣା

ସୁପର ୩୦ର ସଂସ୍ଥାପକ ଆନନ୍ଦ କୁମାରଙ୍କୁ ନିଜ ପ୍ରେରଣାଦାୟୀ ଭାବେ ମଣୁଥିବା ଜିନ୍ଦେଗୀ ଫାଉଣ୍ଡେସନର ସଂସ୍ଥାପକ ଅଜୟ ବାହାଦୂର ସିଂହ କହିଛନ୍ତି କି, ସେ ଏସବୁ ଗରୀବ ଛାତ୍ରଛାତ୍ରୀଙ୍କ ସ୍ଵପ୍ନ ପୂରଣ କରିବା ପାଇଁ କରୁଛନ୍ତି। ସଙ୍ଘର୍ଷ ବଳରେ ଶିକ୍ଷା ସହ ଯୋଡି ହୋଇ ରହିବାର ଇଚ୍ଛା ତାଙ୍କୁ ଆଜି ଏଠାରେ ପହଁଚାଇଛି।

Subscribe

National International State Sports Entertainment