60 ହଜାର ଟଙ୍କା ସ୍କୁଟିରେ 18 ଲକ୍ଷ ଟଙ୍କାର ନମ୍ୱର ପ୍ଲେଟ
Khabar Odisha:himachal-vvip-number-of-18-lakhs-for-scooty-of-60-thousands
ହିମାଚଳପ୍ରଦେଶ, ଜୁନ ୨୭ (ଖବର ଓଡ଼ିଶା):

କରୋନା ମହାମାରୀ ସମୟରେ ଏକ ଘରୋଇ କମ୍ପାନୀ 60 ରୁ 80 ହଜାର ସ୍କୁଟି ପାଇଁ ଏକ VVIP ଗାଡି ନମ୍ବର ପାଇବାକୁ 18 ଲକ୍ଷ ଟଙ୍କାର ନିଲାମ ଡାକିଥିବା ଜଣାପଡିଛି । ଏହି ମାମଲା କାଙ୍ଗ୍ରାର ଶାହାପୁର ଉପ-ବିଭାଗ ଅଞ୍ଚଳରୁ ଆସିଛି । ଉନା ଜିଲ୍ଲାର ଏକ ଘରୋଇ କମ୍ପାନୀ ରାହୁଲ ପାମ ପ୍ରାଇଭେଟ ଲିମିଟେଡ୍ କମ୍ପାନୀର ଏକ ନୂତନ ସ୍କୁଟି ଶାହପୁରରେ କମ୍ପାନୀ ନାମରେ ପଞ୍ଜୀକୃତ ହୋଇଥିଲା ।

ଏହା ପରେ କମ୍ପାନୀ ସରକାରଙ୍କ ଠାରୁ HP 90-0009 ନମ୍ବର ପାଇବାକୁ ଚାହୁଁଥିଲା । ଏହି ଭିଆଇପି ନମ୍ବର ନେବାକୁ କମ୍ପାନୀ ସରକାର ଘୋଷଣା କରିଥିବା ଅନଲାଇନ ନିଲାମରେ ଅଂଶଗ୍ରହଣ କରିଥିଲେ | ନିଲାମ ପ୍ରକ୍ରିୟା ଗତ ଶନିବାର ଠାରୁ ଆରମ୍ଭ ହୋଇ 26 ଜୁନ୍ ଅର୍ଥାତ୍ ଶୁକ୍ରବାର ସନ୍ଧ୍ୟାରେ ଶେଷ ହୋଇଥିଲା |

ଏକ ସପ୍ତାହ ଧରି ଚାଲିଥିବା ଅନଲାଇନ୍ ନିଲାମୀରେ, ସ୍କୁଟିର ଭିଭିଆଇପି ନମ୍ବର ପାଇଁ କମ୍ପାନୀ ସର୍ବାଧିକ 18 ଲକ୍ଷ 22 ହଜାର 500 ଟଙ୍କା ଦେଇଥିଲା । ଯଦି କମ୍ପାନୀ ଏହି ପରିମାଣର ଅର୍ଥକୁ ଶାହାପୁରର SDM କାର୍ଯ୍ୟାଳୟରେ ଆସନ୍ତା 3 ଦିନ ମଧ୍ୟରେ ଜମା କରିବ ତେବେ ସ୍କୁଟି ପାଇଁ ଏହା VVIP ନମ୍ବର ଜାରି କରାଯିବ ବୋଲି ଜଣାପଡିଛି |

ଏହି ନିଲାମୀରେ ଶାହପୁରର ଅନ୍ୟ କିଛି ଲୋକ ମଧ୍ୟ 10 ରୁ 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିଲାମୀ ଡାକିଥିଲେ । ସରକାର ଗତ ସପ୍ତାହରେ ଭିଭିଆଇପି ନମ୍ବର ପାଇଁ ଏକ ଖୋଲା ନିଲାମୀ କରିବା ନେଇ ବିଜ୍ଞପ୍ତି ଜାରି କରିଥିଲେ । ଅନ୍ୟପକ୍ଷରେ ଶାହପୁର ଏସଡିଏମ ମୁରଲୀ ଲାଲ ମଧ୍ୟ ଏହା ନିଲାମକୁ ନିଶ୍ଚିତ କରିଥିବା ଜଣାପଡିଛି ।

  • Tags:

Subscribe

National International State Sports Entertainment