ନୂଆଦିଲ୍ଲୀ: ଦୁଇ ଜଣ ବ୍ୟକ୍ତିଙ୍କ ସାଂସ୍କୃତିକ ଓ ଧାର୍ମିକ ବନ୍ଧନ ହେଉଛି ବିବାହ। କେବଳ ୨ ଲୋକଙ୍କର ମିଳନରେ ନୁହେଁ ଏଥିରେ ବିଚାର, ବ୍ୟବହାର ସହିତ ସାମାଜିକ ଚଲଣୀର ଅଦ୍ଭୁତ ସମାବେଶ ମଧ୍ୟ ରହିଛି। ପରିବାର ଓ ସମାଜ ନିର୍ମାଣରେ ବିବାହ ହେଉଛି ଅନ୍ୟତମ ଏକ ବଡ଼ ଶାଖା। ଏଠାରୁ ସମାଜର ଭିତ୍ତିଭୂମିକୁ ମଜବୁତ ରୂପ ଦେଇଥାଏ। କିନ୍ତୁ ଏହାରି ମଧ୍ୟରେ ଅନେକ ତଥ୍ୟ ଲୁଚିଯାଉଛି। ସମୟରେ ପରିବର୍ତ୍ତନ ଆସିଛି । ଲୋକେ ବିବାହାକୁ ସ୍ମରଣୀୟ ରଖିବା ପାଇଁ ଯଥା ଚେଷ୍ଟା କରୁଛନ୍ତି। ଚଳିତ ବର୍ଷ ପୂରା ଦେଶରେ ୩୫ ଲକ୍ଷ ବିବାହ ହେବ। ଏଥିରେ ପାଖାପାଖି ୪.୨୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। ବିବାହ ସମାରୋହରେ ଟଙ୍କା ଖର୍ଚ୍ଚ ବଢ଼ିବାରେ ଲାଗିଛି।
ଗ୍ଲୋବାଲ ୱେଡିଂ ସର୍ଭିସେଜ୍ ତଥ୍ୟ ଅନୁସାରେ ୨୦୨୦ରେ ବିବାହରେ ୬୦.୫ ବିଲିୟନ ଡଲାର ଖର୍ଚ୍ଚ ହୋଇଥିଲା। ଏହା ୨୦୨୩ ବେଳକୁ ୪୧୪.୨ ବିଲିୟନ ପହଞ୍ଚିବାର ଅନୁମାନ କରାଯାଉଛି। ତେବେ ଏତେ ବଡ଼ ଆୟୋଜନରେ ଅସୁରକ୍ଷା ମଧ୍ୟ ଦେଖାଯାଉଛି। ବିବାହ ପାଇଁ ନିଷ୍ପତ୍ତି ହେବା, ଆୟୋଜନ ସ୍ଥଳରେ ବିସ୍ଫୋରଣ ହେବା, ଅଗ୍ନିକାଣ୍ଡ ଘଟଣା ଓ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ବିବାହ ସମାରୋହ ପ୍ରଭାବିତ ହେଉଛି । ଏଭଳି ସ୍ଥିତିରୁ ବର୍ତ୍ତିବା ପାଇଁ ଅନେକ କଂପାନି ବିବାହ ବୀମା ନୀତି ଲାଗୁ କରିଛନ୍ତି। ଏହା ଦଂପତି ଓ ସେମାନଙ୍କର ପରିବାର ପାଇଁ ଲାଭଦାୟକ । ଏହାର ପ୍ରୀମିୟର ସେହି ଆଧାରରେ ନିର୍ଦ୍ଧାରିତ ହୋଇଥାଏ, ଯେଉଁଭଳି ଆୟୋଜନ ପାଇଁ ଯୋଜନା ରଖାଯାଇଥାଏ ।
ଯଦି ବିବାହ କୌଣସି କାରଣରୁ ବାତିଲ ହୋଇଯାଏ, ତାରିଖ ପରିବର୍ତ୍ତନ ହୋଇଥାଏ, ଖାଇବା-ପିଇବା, ହେଟେଲ ଓ ଯାତାୟତ ପାଇଁ ବୁକିଂ, ବିବାହ ମଣ୍ଡପ ସଜ୍ଜୀକରଣ ଏଗୁଡ଼ିକ ବୀମା କଭର ହୋଇପାରୁଛି। କିନ୍ତୁ ପ୍ରତ୍ୟେକ ବୀମା କଂପାନୀର ନିୟମ ଅଲଗା।