ଭୁବନେଶ୍ୱର: ଭାରତ ଆଜି ୭୯ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ପୂରା ଦେଶରେ ଉତ୍ସବର ମାହୋଲ ଦେଖାଯାଇଛି। ଗାଁରୁ ସହର ପର୍ଯ୍ୟନ୍ତ ସବୁଠି ତ୍ରିରଙ୍ଗା ଉଡୁଛି। ଆଜି ସାରା ଭାରତୀୟଙ୍କ ପାଇଁ ଏକ ଗର୍ବ ଓ ଗୌରବର ଦିନ। ୧୯୪୭ ମସିହାରେ ଭାରତ ଫିରିଙ୍ଗି ଶାସନରୁ ମୁକ୍ତ ହୋଇ ସ୍ୱତନ୍ତ୍ର ଗଣରାଜ୍ୟରେ ପରିଣତ ହୋଇଥିଲା । ତେଣୁ ଏହି ଦିନକୁ ସ୍ୱାଧୀନତା ଦିବସ ଭାବରେ ପାଳନ କରାଯାଇଥାଏ । ଦେଶ ସାରା, ଏହି ଦିନ ପତାକା ଉତ୍ତୋଳନ କରଯାଇଥାଏ । ଭାରତୀୟ ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀମାନଙ୍କ ଗରିମାମୟ ଇତିହାସକୁ ଆଜିର ଦିନରେ ଆମେ ମନେପକାଇଥାଉ । ଇଂରେଜମାନଙ୍କ ଶାସନରୁ ଭାରତକୁ ସ୍ୱାଧୀନତା ଦେବା ପାଇଁ କେତେ ଯେ ରକ୍ତପାତ ହୋଇଛି । ଯାହା ଆଜି ବି ବଖାଣିବା ପ୍ରତିଟି ଭାରତୀୟଙ୍କ ପାଇଁ କଷ୍ଟକର । ଆଜିର ଦିନରେ ପ୍ରତିଟି ଭାରତୀୟ ଇଂରେଜ ଶାସନରୁ ମୁକ୍ତ ହୋଇ ସ୍ୱାଧୀନତା ଭାବରେ ବଂଚିବାର ଅଧିକାର ପାଇଲେ । ଇଂରେଜମାନଙ୍କୁ ଭାରତରୁ ବିତାଡିତ କରିବା ପାଇଁ ବହୁ ସ୍ୱାଧୀନତା ସଂଗ୍ରାମୀ ଦେଶ ଆଗରେ ନିଜ ଜୀବନକୁ ତୁଚ୍ଛ ମଣି ଦେଇଛନ୍ତି ।
ତେବେ ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ଶୁଭେଚ୍ଛା ଜଣାଇଛି । ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛି।
ଅନ୍ୟପଟେ ଭୁବନେଶ୍ବର ଗାନ୍ଧିମାର୍ଗରେ ଅନୁଷ୍ଠିତ ହେବ ପରେଡ ଉତ୍ସବ । ଅଭିବାଦନ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପରେଡ ୪୯ଟି କଣ୍ଟିଜେଣ୍ଟ ଭାଗ ନେଇଛନ୍ତି । ଏହାସହ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ମଧ୍ୟ ଅଂଶ ଗ୍ରହଣ କରିଛନ୍ତି । ପଡୋଶୀ ରାଜ୍ୟ ସହିତ ଉତ୍ତମ ସମନ୍ୱୟ ରକ୍ଷା ଲାଗି ଆନ୍ଧ୍ରପ୍ରଦେଶ ପୋଲିସର ଗୋଟିଏ ପ୍ଲାଟୁନ ପରେଡରେ ସାମିଲ ହେବେ । ଚଳିତ ବର୍ଷ ୨୦୨୨ ବ୍ୟାଚର IPS ଅନନ୍ୟା ଅୱସ୍ତି ପରେଡ କାମାଣ୍ଡାଣ୍ଟ ଭାବେ ଦାୟିତ୍ୱ ତୁଲାଇବେ । ସୁରକ୍ଷା ଦୃଷ୍ଟିକୋଣରୁ ସ୍ବତନ୍ତ୍ର ରଣନୀତି କରି ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।