ନୂଆଦିଲ୍ଲୀ: ସ୍ବାଧୀନତା ଦିବସ ଅବସରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରେ ଆଜି କହିଛନ୍ତି ଯେ ଦେଶ ସୁଦର୍ଶନ ଚକ୍ର ମିଶନ ଆରମ୍ଭ କରିବାକୁ ଯାଉଛି। ଏହି ସୁଦର୍ଶନ ଚକ୍ର ଏକ ଶକ୍ତିଶାଳୀ ଅସ୍ତ୍ର ପ୍ରଣାଳୀ ହେବ, ଯାହା କେବଳ ଶତ୍ରୁର ଆକ୍ରମଣକୁ ନଷ୍ଟ କରିବ ନାହିଁ ବରଂ ଶତ୍ରୁ ଉପରେ ଅନେକ ଗୁଣ ଅଧିକ ଆକ୍ରମଣ କରିବ। ଆମେ ଆଗାମୀ ଦଶ ବର୍ଷ ମଧ୍ୟରେ ସୁଦର୍ଶନ ଚକ୍ର ମିଶନକୁ ଜୋରଦାର ସହିତ ଆଗକୁ ନେଇଯିବୁ। ଏହା ଅଧୀନରେ ୨୦୩୫ ସୁଦ୍ଧା ଦେଶର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ଏହି ଜାତୀୟ ସୁରକ୍ଷା କବଚରେ ଆଚ୍ଛାଦିତ କରାଯିବ। ଏହି ସୁରକ୍ଷା କବଚ ବିସ୍ତାରିତ ହେବ। ଦେଶର ପ୍ରତ୍ୟେକ ନାଗରିକ ସୁରକ୍ଷିତ ଅନୁଭବ କରିବା ଉଚିତ। ଏଥିପାଇଁ ମୁଁ ୨୦୩୫ ସୁଦ୍ଧା ଏହି ଜାତୀୟ ସୁରକ୍ଷା କବଚକୁ ବିସ୍ତାର କରିବାକୁ ଚାହୁଁଛି, ତେଣୁ ଶ୍ରୀକୃଷ୍ଣଙ୍କଠାରୁ ପ୍ରେରଣା ନେଇ ଆମେ ସୁଦର୍ଶନ ଚକ୍ରର ପଥ ବାଛିଛୁ।
ଅନୁପ୍ରବେଶକାରୀଙ୍କ ସଙ୍କଟ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସୀମାବର୍ତ୍ତୀ ଅଞ୍ଚଳରେ ଜନସଂଖ୍ୟା ପରିବର୍ତ୍ତନ ହେଉଛି। ଆମେ ଆମ ଦେଶକୁ ଅନୁପ୍ରବେଶକାରୀଙ୍କ ହାତରେ ହସ୍ତାନ୍ତର କରିପାରିବୁ ନାହିଁ। ଅନୁପ୍ରବେଶକାରୀମାନେ ଆଦିବାସୀମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଥାନ୍ତି। ସେମାନେ ଆଦିବାସୀଙ୍କ ଜୀବିକା ଛଡ଼ାଇ ନେଉଛନ୍ତି। ମୁଁ ଏହି ଚ୍ୟାଲେଞ୍ଜ ବିଷୟରେ ଦେଶକୁ ସତର୍କ କରିବାକୁ ଚାହୁଁଛି। ଏଥିପାଇଁ ଆମେ ହାଇ ପାୱାର ଡେମୋଗ୍ରାଫି ମିଶନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛୁ।
ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ୧୦୦ ବର୍ଷ ପୂର୍ବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଜନ୍ମ ହୋଇଥିଲା। ସେବା, ସମର୍ପଣ, ସଂଗଠନ ଏବଂ ଶୃଙ୍ଖଳା ହେଉଛି ଆରଏସଏସର ପରିଚୟ। ଭାରତ ମାତାର କଲ୍ୟାଣ ଲକ୍ଷ୍ୟ ନେଇ ଆରଏସଏସ ଆଗକୁ ବଢ଼ିଛି। ଏହା ବିଶ୍ୱର ସବୁଠାରୁ ବଡ଼ ଏନଜିଓ। ଏହାର ୧୦୦ ବର୍ଷର ଇତିହାସ ଅଛି। ଆଜି, ଲାଲକିଲ୍ଲାର ପ୍ରାଚୀରରୁ, ମୁଁ ଆରଏସଏସର ଏହି ୧୦୦ ବର୍ଷର ଯାତ୍ରାରେ ସମସ୍ତ ସ୍ୱୟଂସେବକଙ୍କୁ ପ୍ରଣାମ କରୁଛି।
ଅଧିକ ପଢ଼ନ୍ତୁ: କାର୍ଯ୍ୟକାରୀ ହେଲା ପ୍ରଧାନମନ୍ତ୍ରୀ ବିକାଶିତ ଭାରତ ରୋଜଗାର ଯୋଜନା