ମନ୍ତ୍ରଧ୍ବନୀରେ ପ୍ରକମ୍ପିତ ହେଉଛି ଖଣ୍ଡଗିରି ପାହାଡ଼ ଗୁମ୍ଫା । ଚାଲିଛି ପ୍ରସିଦ୍ଧ ଖଣ୍ଡଗିରି ମାଘ ମେଳା । ସାରା ବିଶ୍ୱରୁ ବହୁ ସାଧୁସନ୍ଥ ଆସି ଯୋଗଦେଇଛନ୍ତି । ଏଥର ବହୁ ସଂଖ୍ୟକ ବାବାଙ୍କ ସମାଗମ ହୋଇଛି । ସେପଟେ ସାଧୁସନ୍ଥମାନେ ନିଜ ନିଜ ସ୍ଥାନରେ ହୋମଯଜ୍ଞ ଆରମ୍ଭ କରିଦେଇଛନ୍ତି । ୯ ଦିନ ଧରି ଚାଲିବ ସାଧୁ ସନ୍ଥଙ୍କ ମେଳି । ଖଣ୍ଡଗିରି ପାହାଡ ଉପରେ ଥିବା ରାଧେଶ୍ୟାମ କୁଣ୍ଡ ନିକଟରେ ଯଜ୍ଞ ସାଙ୍ଗକୁ ହର ହର ମହାଦେବ ଧ୍ବନୀ । ଅନ୍ୟପଟେ ରାତିରେ ମେଳା ସହ ରଙ୍ଗବେରଙ୍ଗର ସାଜ୍ଜସଜ୍ଜା ସହ ରାତିରେ କିଣାକିଣି କରିବା ପାଇଁ ଲୋକଙ୍କ ଭିଡ ଜମୁଛି । ଆଜି ରବିବାର ଥିବାରୁ ପ୍ରବଳ ଗହଳି ହେବାର ସମ୍ଭାବନା ରହିଛି । ହଜାର ହଜାର ଲୋକଙ୍କ ଆଗମନକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେପଟେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଯାତ୍ରା । ୬ଟି ଅପେରା ପାର୍ଟିକୁ ଏବର୍ଷ ମିଳିଛି ଅନୁମତି । ୫ଟି ସ୍ଥାନରେ ହୋଇଛି ପାର୍କିଂ ବ୍ୟବସ୍ଥା । ସମସ୍ତ ଅଞ୍ଚଳ ରହିଛି ସିସିଟିଭି କଭରେଜରେ । ଟ୍ରାଫିକଠାରୁ ମେଳା ପର୍ଯ୍ୟନ୍ତ ସମସ୍ତ ଅଞ୍ଚଳର କାର୍ଯ୍ୟକଳାପ କ୍ୟାମେରାରେ ରେକର୍ଡ ହେଉଛି । ଭିଡକୁ ଦୃଷ୍ଟିରୁ ରଖି ଖଣ୍ଡଗିରି ଓ ଉଦୟଗିରି ମଝି ରାସ୍ତାରେ ଦୁଇ ଚକିଆ ଓ ଚାରି ଚକିଆ ଗାଡି ଯାଆସ କରିବା ପାଇଁ ବାରଣ କରାଯାଇଛି । ୨ ପ୍ଲାଟୁନ୍ ଫୋର୍ସକୁ କେବଳ ଟ୍ରାଫିକ୍ ବ୍ୟବସ୍ଥାରେ ନିୟୋଜିତ କରାଯାଇଛି ।