କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଅଲ୍ଲୀର ମିଳୁନି ପତ୍ତା : ଭୟରେ ଥରୁଛି କଟକ, ସିଲ୍ ହେଲା କଟକ ସୀମା
Khabar Odisha:Gangster-Hyder-Alli-escaped-from-SCB-Medical-Cuttack-trembles-in-fear-Cuttack-border-sealed

କଟକ, ଏପ୍ରିଲ ୧୧ (ଖବର ଓଡ଼ିଶା): ଗତ କାଲିଠୁ ଭୟରେ ଥରୁଛି କଟକ ସହର । କୁଖ୍ୟାତ ଗ୍ୟାଙ୍ଗଷ୍ଟର ‘ହାଇଦର ଅଲ୍ଲୀ’ ଏସସିବି ମେଡିକାଲ କୁ ଚମ୍ପଟ ମାରିବା ପରେ ଏବେ ପୁରା କଟକ ସହରରେ ଭୟର ବାତାବରଣ । ଏବେ ପର୍ଯ୍ୟନ୍ତ ହାଇଦର ପତ୍ତା ପାଉନି କମିଶନରେଟ୍ ପୋଲିସ୍ । ହାଇଦର କୁ ଧରିବା ପାଇଁ ପୁରା ହାଇଆଲର୍ଟ ଜାରି ହେବ ସହିତ କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା ପୋଲିସ୍ ବି ନିଦ ହଜିଛି । ହାଇଦର ଫେରାର ହେବା ପରେ କାଲିଠାରୁ ପୁରା କଟକ ସହରର ସୀମା କୁ ସିଲ୍ କରାଯାଇଛି ଏହି କୁଖ୍ୟାତ ଅପରାଧିକୁ ଧରିବା ପାଇଁ ।

ଜାଗାରେ ଜାଗାରେ ଚଢାଉ କରି କମିଶନରେଟ୍ ପୋଲିସ୍ ହାଇଦରକୁ ଖୋଜିବାକୁ ଚେଷ୍ଟା ଚଳାଇଛି । ତାକୁ ଖୋଜିବା ପାଇଁ ଏକ ସ୍ପେଶାଲ ସ୍କ୍ୱାର୍ଡ ମଧ୍ୟ ଗଠନ କରାଯାଇଛି । ଗତ କାଲି ହାଇଦର ଫେରାର ହୋଇଯିବା ପରେ କଟକ ଡିସିପି ପ୍ରତୀପ ସିଂ ଙ୍କ କାର୍ଯ୍ୟାଳୟରେ ଏକ ଏମର୍ଜେନ୍ସି ବୈଠକ ବସିଥିଲା ଯେଉଁଥିରେ ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ବଛା ବଛା ପୋଲିସ୍ ଅଫିସରଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର କୁ କାବୁ କରିବା ପାଇଁ ।

ହାଇଦର ଫେରାର ହେବା ପରେ କେଉଁଠି ପୁଣି ଯେ କାହାକୁ ସେ ହତ୍ୟା କରିବ ତାକୁ ନେଇ ଏବେ ପୁରା କଟକ ସହରରେ ଭୟର ବାତାବରଣ ରହିଛି । ପୋଲିସ୍ କଟକ ଭିତରକୁ ଆସୁଥିବା ଗାଡି ଓ ବାହାରକୁ ଯାଉଥିବା ଗାଡି ଗୁଡିକର ସର୍ଚ୍ଚ ଚଳାଇଛି । ଏଭଳି ହାଇ ଆଲର୍ଟ ଭିତରେ ହାଇଦର ଯେଉଁଠିବି ଳୁଚିଥିଲେ ତାକୁ ଅତି ଶୀଘ୍ର ଗିରଫ କରାଯିବ ବୋଲି କମିଶନରେଟ୍ ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

 ସୂଚନା ଅନୁସାରେ ହାଇଦର ଅଲ୍ଲୀ ଦୁଇ ଦୁଇଟି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସମ୍ବଲପୁର ସର୍କଲ ଜେଲରେ ଆଜୀବନ ସଜ୍ଜା କାଟୁଥିଲା । ସେଠାରେ ଓ ସାମାନ୍ୟ ଅସୁସ୍ଥ ହୋଇପଡିବାରୁ ତାକୁ ଗତ କାଲି କଟକ ଏସସିବି ମେଡିକାଲ ଅଣାଯାଇଥିଲା ଚିକିତ୍ସା ପାଇଁ ଏହାପରେ ଅତି କୌଶଳ କ୍ରମେ ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ହାଇଦର ଅଲ୍ଲୀ ପୋଲିସ୍ କୁ ଚକମ୍‌ା ଦେଇ ଫରାର ହୋଇ ଯାଇଛି । ଯାହାକୁ ନେଇ ଏବେ ଚାରିଆଡେ ହାଇଆଲର୍ଟ ଜାରି ହୋଇଛି ।

ପୂର୍ବରୁ ଏହି କୁଖ୍ୟାତ ଅପରାଧି ୨୦୦୫ରେ ଭୁବନେଶ୍ୱର ଷ୍ଟୁଆର୍ଟ ସ୍କୁଲ ନିକଟରେ ଗ୍ୟାଙ୍ଗଷ୍ଟର ସେକ୍ ସୁଲେମାନର ଭାଇ ସେକ୍ ଚୁନା ଓରଫ ମାଲିକ ହନନ୍‌କୁ ହତ୍ୟା ଘଟଣାରେ ହାଇଦର ସମେତ ଅନ୍ୟ ସାତଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ । କୋର୍ଟ ସେମାନଙ୍କୁ ୨୦୧୧ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।

ପରେ ୨୦୧୪ରେ ହାଇଦର ପାରୋଲରେ ଆସିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଖଣି ମାଲିକ ରଶ୍ମୀ ରଞ୍ଜନ ମହାପାତ୍ରଙ୍କୁ ଅପହରଣ ଓ ହତ୍ୟା ମାମଲାରେ ହାଇର୍ଦର ସମ୍ପୃକ୍ତି ସାମ୍ନାକୁ ଆସିବା ପରେ ପୁଲିସ ତାକୁ ଗିରଫ କରିଥିଲା । ୨୦୧୫ରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ ଏହି ୨ଟି ମାମଲାରେ ହାଇଦରକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ । ଏହାପରେ ସେ ଝାରପଡା ଜେଲ୍‌ରେ ସଜା କାଟୁଥିଲା । ପରେ ୨୦୧୭ରେ ହାଇଦରକୁ ସମ୍ବଲପୁର ସର୍କଲ ଜେଲ୍‌କୁ ପଠାଇ ଦିଆଯାଇଥିଲା ।

  • Tags:

Subscribe

National International State Sports Entertainment