ଅଗସ୍ତିର ଅର୍ଥ ଋଷୀ ଅଗସ୍ତିଙ୍କୁ ବୁଝାଉଛି କିନ୍ତୁ ଆପଣମାନେ ଜାଣିରଖନ୍ତୁ ଅଗସ୍ତି ବୋଲି ମଧ୍ୟ ଏକ ଗଛକୁ ବୁଝାଏ। ଏହି ଗଛର ଉଚତା ପ୍ରାୟେ ୧୦ ରୁ ୧୨ ଫୁଟ ହୋଇଥାଏ ଏବଂ ଏହାର ପତ୍ର ସାଧାରଣତଃ ତେନ୍ତୁଳି ଗଛର ପତ୍ର ପରି ଦେଖାଯାଏ। ଏହି ଅଗସ୍ତି ଗଛର ପତ୍ର ଓ ଫୁଲ ଭାରି କାମରେ ଲାଗେ। ନିମ୍ବ, ବେଳ ଭଳି ଏହା ମଧ୍ୟ ଧର୍ମ ପାଇଁ ଗୋଟିଏ ଉପାସ୍ୟ ବୃକ୍ଷ ଅଟେ। ବିଶେଷ କରି କାର୍ତ୍ତିକ ମାସରେ ଏହି ଅଗସ୍ତି ଗଛର ପତ୍ର ଓ ଫୁଲ ଠାକୁରଙ୍କୁ ଲାଗି କରାଯାଇଥାଏ।
ଏହି ଅଗସ୍ତି ଗଛର ବିଶେଷତା ହେଲା ଏହାର ଫୁଲ ବର୍ଷ ତମାମ ଫୁଟେ। ଏହି ଫୁଲ ଦେଖିବାକୁ ଭଗବାନ ଶିବଙ୍କ ମଥାରେ ରହିଥିବା ଅର୍ଦ୍ଧଚନ୍ଦ୍ର ପରି। କଥାରେ ଅଛି ଏହି ଅଗସ୍ତି ଗଛର ଫୁଲକୁ ଷୋମବାର ଦିନ ଶିବଲିଙ୍ଗ ଉପରେ ଚଢାଇଲେ ସମସ୍ତ ମନୋକାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି। ଅଗସ୍ତି ୠଷିଙ୍କ ନାଁରେ ଏହି ବୃକ୍ଷର ନାମକରଣ କରାଯାଇଛି। ଏହି ଫୁଲ ଚଢ଼ାଇଲେ କାଳସର୍ପ ଦୋଷ ଏବଂ ଘାତଚନ୍ଦ୍ର ଦୋଷ କଟିଥାଏ ବୋଲି ଲୋକ ବିଶ୍ବାସ ରହିଛି। କାର୍ତ୍ତିକ ମାସରେ ଭଗବାନ ଦାମୋଦର କୃଷ୍ଣଙ୍କୁ ମଧ୍ୟ ଏହି ଅଗସ୍ତି ଗଛର ଫୁଲକୁ ଲାଗି କରାଯାଏ ଏପରି କଲେ ଘରେ ସର୍ବଦା ଶାନ୍ତି ବଜାୟୀ ରହେ।
ଅଗସ୍ତି ଗଛ ଏପରି ଏକ ଗଛ ଯାହାର ପ୍ରତିଟି ଅଂଶରେ ଅନେକ ବିଶେଷତା ରହିଥାଏ। ଏହି ଅଗସ୍ତି ଗଛର ପତ୍ର, ଫୁଲ ଏବଂ ଛୁଇଁକୁ ଲୋକମାନେ ରାନ୍ଧି ଖାଇଥାନ୍ତି। ଏହାକୁ ବ୍ୟବହାର କରିବା ଦ୍ୱାରା ଶୀତ ଦିନେ ହେଉଥିବା କାଶ, କଫ ଓ ଥଣ୍ଡା , ଜ୍ୱର, ଛିଙ୍କ ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିବା ଭଳି ରୋଗ ଦୂର ହୋଇଯାଏ। ଶ୍ୱାସ ରୋଗ ପାଇଁ ବି ଅଗସ୍ତି ଗଛର ଶାଗ ଏବଂ ଫୁଲ ବେଶ ଲାଭଦାୟକ ଅଟେ। ଶରୀରରେ କୁଣ୍ଡାଇ ହେଉଥିଲେ କିମ୍ବା ଆଲର୍ଜି ହେଉଥିଲେ ଅଗସ୍ତି ଗଛର ପତ୍ରକୁ ବାଟି ସେହି ଲେପକୁ ଶରୀରରେ ଯେଉଁ ସ୍ଥାନରେ କୁଣ୍ଡାଇ ହେଉଥିବ ସେଠାରେ ଲଗାଇଲେ ସେଥିରୁ ଉପଶମ ମିଳିଥାଏ। ଅଗସ୍ତି ଗଛର ଆହୁରି ମଧ୍ୟ ବିଶେଷତା ରହିଛି ଏହାର ପତ୍ରକୁ ଶାଗ ପରି ପ୍ରସ୍ତୁତ କରି ପ୍ରଚୁର ପରିମାଣରେ ଖାଇଲେ ଅନ୍ଧାରକଣା ରୋଗରୁ ମୁକ୍ତି ମିଳେ। ଛୋଟପିଲାଙ୍କର ଜ୍ୱର ହେଲେ ଏବଂ ଏହା ଅନବରତ ଲାଗିରହିଲେ ଅଗସ୍ତି ଗଛର ପତ୍ରରୁ କାଢା ପ୍ରସ୍ତୁତ କରି ଏହାକୁ ପିଲାଙ୍କୁ ପିଇବାକୁ ଦେଲେ ଏହି ସମସ୍ୟା ମଧ୍ୟ ଦୂର ହୋଇଯାଏ ।
ଅଧିକ ପଢନ୍ତୁ ; କାହିଁକି ପାଳନ କରାଯାଏ ଧନତେରାସ ?