ଭାରତୀୟ ସଂସ୍କୃତି ବା ହିନ୍ଦୁ ଶାସ୍ତ୍ର ଅନୁଯାୟୀ, ପ୍ରତିଦିନ ଗାଧୋଇବା ଦ୍ୱାରା ଶରୀର ସହ ମନ ମଧ୍ୟ ଶୁଦ୍ଧ ହୋଇଥାଏ । ସେଥିପାଇଁ ସମସ୍ତେ ପ୍ରତିଦିନ ଗାଧୋଇଥାନ୍ତି । ଏବଂ ଏହାକୁ ଶୁଭ ବୋଲି ମାନିଥାନ୍ତି । କିନ୍ତୁ ଏପରି ପରିସ୍ଥିତିରେ, ଯଦି ଆପଣଙ୍କୁ କେହି କୁହନ୍ତି ଯେ ପ୍ରତିଦିନ ଗାଧୋଇବା କ୍ଷତିକାରକ ଏବଂ ଏହା ମଧ୍ୟ ଶରୀରର କ୍ଷତି ଘଟାଇପାରେ, ତେବେ ଆପଣ କ’ଣ କରିବେ ?ତେବେ ଚାଲନ୍ତୁ ଜାଣିବା ଏହି ବିଷୟରେ ବିଜ୍ଞାନ କ'ଣ କହୁଛି...
ବିଜ୍ଞାନ ଅନୁଯାୟୀ, ପ୍ରତିଦିନ ସ୍ନାନ କରିବା ଦ୍ୱାରା ଶରୀରର କ୍ଷତି ହୋଇଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ହ୍ରାସ ହୋଇଥାଏ। ଚର୍ମ ବିଶେଷଜ୍ଞମାନେ କୁହନ୍ତି ଶୀତଦିନେ ପ୍ରତିଦିନ ନ ଥଣ୍ଡା ପାଣିରୁ ଗରମ ପାଣିରେ ଗାଧୋଇବା ଦ୍ୱାରା ଅଧିକ କ୍ଷତି କରିଥାଏ । ଏହାଦ୍ୱାରା ଚର୍ମ ଶୁଷ୍କ ହୋଇଯାଏ । ଶରୀରରେ ଥିବା ପ୍ରାକୃତିକ ତୈଳାକ୍ତ ପଦାର୍ଥ ବାହାରି ଯାଇଥାଏ । ଶରୀରର ଏହି ପ୍ରାକୃତିକ ତୈଳାକ୍ତ ପଦାର୍ଥ ଆମ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ରୋଗ ପ୍ରତିରୋଧକ ଶକ୍ତି ପାଇଁ ମଧ୍ୟ କାମ କରେ । ବିଜ୍ଞାନ ଅନୁଯାୟୀ, ଏହି ତୈଳାକ୍ତ ପଦାର୍ଥ ଚର୍ମକୁ ଆର୍ଦ୍ରତା ଏବଂ ସୁରକ୍ଷିତ ରଖିବାରେ ସହାୟକ ହୋଇଥାଏ। ତେଣୁ, ଶୀତଦିନେ ସପ୍ତାହରେ ମାତ୍ର ଦୁଇ ତିନି ଦିନ ଗାଧୋଇବା ଉଚିତ।
ଏକ ସର୍ଭେରୁ ଜଣାପଡିଛି ଯେ, ସ୍ନାନ କ୍ଷେତ୍ରରେ ଭାରତ, ଜାପାନ ଏବଂ ଇଣ୍ଡୋନେସିଆର ଲୋକମାନେ ବିଶ୍ୱର ଶୀର୍ଷ ଦେଶମାନଙ୍କ ମଧ୍ୟରେ ବହୁତ ଆଗରେ ଅଛନ୍ତି। ଆମେରିକା ଏବଂ ପାଶ୍ଚାତ୍ୟ ଦେଶଗୁଡିକର ଅନେକ ଗବେଷଣା ପ୍ରମାଣ କରେ ଯେ ପ୍ରତିଦିନ ଗାଧୋଇବା କେବଳ ଜଳର ଅପଚୟ ନୁହେଁ, ଶାରୀରିକ ଏବଂ ମାନସିକ ସ୍ତରରେ ମଧ୍ୟ କ୍ଷତିକାରକ । ତେଣୁ ଝାଳ ନ ବହିଲେ କିମ୍ବା ଧୂଳିରେ ନ ରହିଲେ ପ୍ରତିଦିନ ଗାଧୋଇବା ଜରୁରୀ ନୁହେଁ ।