କୋଲକାତା: ୨୦୨୬ରେ ପଶ୍ଚିମବଙ୍ଗରେ ବିଜେପି ସରକାର ଆସିବ । ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ପରେ ଦୁଇ ତୃତୀୟାଂଶ ବହୁମତ ସହ ବିଜେପି ସରକାର ଗଢ଼ିବ ବୋଲି ବଙ୍ଗଳା ମାଟିରୁ ଦୃଢ଼ତାର ସହ କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଶାହ ପଶ୍ଚିମବଙ୍ଗ ଗସ୍ତ ସମୟରେ କୋଲକାତାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରଣହୁଙ୍କାର ଦେଇଛନ୍ତି । ସେ କହିଛନ୍ତି ଏପ୍ରିଲ ଯାଏ ସମୟ ବହୁତ ଗୁରୁତ୍ୱ ପୂର୍ଣ୍ଣ ଅଟେ । ୨୦୨୬ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଭୟ, ଦୁର୍ନୀତି, କୁଶାସନ, ଏବଂ ଅନୁପ୍ରବେଶ ବଦଳରେ ବିକାଶ, ବିରାଶତ ଏବଂ ଗରୀବ କଲ୍ୟାଣ ପାଇଁ ଏକ ମଜବୁତ ସରକାର ବନାଇବାକୁ ବଙ୍ଗଳାର ଜନତା ସଂକଳ୍ପ ନେଉଛନ୍ତି । ତୃଣ ମୂଳ କଂଗ୍ରେସର ୧୫ ବର୍ଷ ଶାସନରେ ଜନତା ଅନୁପ୍ରବେଶକାରୀଙ୍କୁ ନେଇ ଚିନ୍ତିତ, ଭୟଭୀତ ଏବଂ ଆତଙ୍କିତ ଅବସ୍ଥାରେ ରହିଛନ୍ତି । କିନ୍ତୁ ମୋଦୀଜୀଙ୍କ ନେତୃତ୍ୱରେ ବଙ୍ଗଳାରେ ବିଜେପି ସରକାର ଆସିବା ପରେ ପୁଣି ଥରେ ବିକାଶର ଗଙ୍ଗା ବୋହିବ । ଅନ୍ୟ ଏନଡିଏ ଶାସିତ ରାଜ୍ୟ ଭଳି ଗରିବ ବିକାଶକୁ ଗୁରୁତ୍ୱ ଦିଆଯିବା ବୋଲି ଶାହ ପ୍ରତିଶ୍ରୁତି ଦେଇଛନ୍ତି ।
ସେହିପରି ବିଜେପି ସରକାର ଆସିଲେ ଖୋଜି ଖୋଜି ଅନୁପ୍ରବେଶକାରୀଙ୍କୁ ବାହାର କରାଯିବ । ମମତା ବାନାର୍ଜୀଙ୍କ ଦୁର୍ନୀତିରେ ବଙ୍ଗଳାରେ ବିକାଶର ଗତି ଠପ୍ ହୋଇଯାଇଛି । ଗତ ୧୪ ବର୍ଷରେ ଭୟ ଏବଂ ଭ୍ରଷ୍ଟାଚାର ବଙ୍ଗଳାର ପରିଚୟ ହୋଇଯାଇଛି । କିନ୍ତୁ ୧୫ ଏପ୍ରିଲ ୨୦୨୬ ପରେ ଯେତେବେଳେ ବିଜେପି ସରକାରର ଆସିବ ବଙ୍ଗ ସଂସ୍କୃତି ଏବଂ ଗୌରବକୁ ପୁନର୍ଜୀବୀତ କରାଯିବ । ବିଜେପି ପାଇଁ ବଙ୍ଗ ଭୂମି ବହୁତ ପବିତ୍ର ଅଟେ । କାରଣ ବିଜେପିର ସ୍ଥାପନା ବଙ୍ଗ ଭୂମିର ସନ୍ତାନ ଶ୍ୟାମା ପ୍ରସାଦ ମୁଖାର୍ଜୀ କରିଛନ୍ତି ।
ଅନୁପ୍ରବେଶକୁ ନେଇ ଖୁବ ବର୍ଷିଛନ୍ତି ଶାହ । କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଧାରା ୩୭୦ ଉଚ୍ଛେଦ ଓ ସିଏଏ ଲାଗୁ କରିବାକୁ ମମତା ବିରୋଧ କରିଛନ୍ତି । ସୀମାରେ ବାଡ଼ ନିର୍ମାଣ ପାଇଁ ପଶ୍ଚିମବଙ୍ଗ ସରକାର ଜମି ପ୍ରଦାନ କରୁ ନାହାଁନ୍ତି । ଆସାମା, ତ୍ରିପୁରା, ଗୁଜରାଟ, ରାଜସ୍ଥାନ, ପଞ୍ଜାବ ଏବଂ କାଶ୍ମୀରରେ ଅନୁପ୍ରବେଶ ବନ୍ଦ ହୋଇଥିବାବେଳେ ପଶ୍ଚିମବଙ୍ଗରେ କାହିଁକି ଅନୁପ୍ରବେଶ ବନ୍ଦ ହେଉ ନାହିଁ ତାହାର ଜବାବ ମାଗିଛନ୍ତି ଶାହ । ଗୃହ ମନ୍ତ୍ରୀ କହିଛନ୍ତି ଅନୁପ୍ରବେଶ ଦ୍ୱାରା କେବଳ ରାଜ୍ୟ ନୁହେଁ ବରଂ ସମଗ୍ର ଦେଶର ସୁରକ୍ଷା ସହିତ ଜଡ଼ିତ । ଦେଶର ସଂସ୍କୃତି ଏବଂ ସୁରକ୍ଷାକୁ ବଞ୍ଚାଇବାକୁ ପଶ୍ଚିମବଙ୍ଗ ସୀମାକୁ ବନ୍ଦ କରିବା ସରକାର ଅତ୍ୟନ୍ତ ଆବଶ୍ୟକ । ଏହି କାମ ଟିଏମସି ନୁହେଁ ବରଂ ଭାଜପା କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଶାହ ।
ବଙ୍ଗଳା ଭଳି ଏକ ଗରିବ ରାଜ୍ୟରୁ ମନ୍ତ୍ରୀଙ୍କ ଘରୁ ମିଳୁଛି ୨୭ କୋଟି ଟଙ୍କା ମିଳୁଛି । ମମତା ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ ଦୁର୍ନୀତି ପାଇଁ ଜେଲ୍ ଯାଇଛନ୍ତି । ମହିଳାମାନେ ଅସୁରକ୍ଷିତ ଅଛନ୍ତି । ସ୍ୱାଧୀନ ଭାରତରେ ମହିଳାମାନଙ୍କୁ ସନ୍ଧ୍ୟା ପରେ ଘରୁ ବାହାରକୁ ବାହାରିବାକୁ ମନା କରାଯାଇଛି । ଏଠାରେ ମୋଗଲ ଶାସନ ଚାଲିଛି । ଅପାରଗ ସରକାରଙ୍କୁ ହଟାଇବାକୁ ଆହ୍ୱାନ କରିଛନ୍ତି ଶାହ ।