ଭୁବନେଶ୍ୱର: ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି । ମହିଳା ଆଇଆଇସିଙ୍କୁ ଧକ୍କା ମାରିବା ଘଟଣାରେ ଜୟ ନାରାୟଣଙ୍କୁ ନିରାଶ ହେବାକୁ ପଡ଼ିଛି । ଆଗୁଆ ଜାମିନ ପାଇଁ କରିଥିବା ଆବେଦନକୁ ଖାରଜ କରିଛନ୍ତି ମାନ୍ୟବର ସର୍ବୋଚ୍ଚ ଅଦାଲତ ।
ମହିଳା ଆଇଆଇସିଙ୍କୁ ମାଡ଼ ମରା ଘଟଣାରେ ଜୟ ନାରାୟଣଙ୍କ ଆଗୁଆ ଜାମିନ ଆବେଦନକୁ ଓଡ଼ିଶା ହାଇକୋର୍ଟ ପ୍ରଥମେ ଖାରଜ କରିଥିଲେ । ଏହା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ସେଠାରୁ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଛି ।
ଗତବର୍ଷ ଫେବ୍ରୁଆରୀ ୧୫ରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ବେଳେ ପୁଲିସ ଏବଂ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ । ଏହି ସମୟରେ ଜୟ ନାରାୟଣ ତତ୍କାଳୀନ କାର୍ଯ୍ୟରତ ଧନୁପାଲୀ ଥାନା ଆଇଆଇସି ଅନିତା ପ୍ରଧାନ ଙ୍କୁ ଧକ୍କା ମାରିଥିବା ନେଇନ ଅଭିଯୋଗ ହୋଇଥିଲେ । ଆଇଆଇସି ମଧ୍ୟ ଜୟ ନାରାୟଣଙ୍କୁ ମାଡ଼ ମାରିଥିବା ନେଇ ବିଜେପି ମହିଳା ମୋର୍ଚ୍ଚା ଥାନାରେ ଅଭିଯୋଗ କରିଥିଲା ।