କଂଗ୍ରେସ ପକ୍ଷରୁ ବୁଝାଇବା ପାଇଁ ଜାରି ରହିଛି ଚେଷ୍ଟା, ହେଲେ ମୁଖ୍ୟମନ୍ତ୍ରୀ ଆସନ ପାଇଁ ଜିଦି ଧରିଛନ୍ତି ସଚିନ ପାଇଲଟ୍
Khabar Odisha:rajasthan-political-crisis-attempt-to-reconcile-with-sachin-pilot-congress-high-command-instructions-to-return-to-jaipur
ନୂଆଦିଲ୍ଲୀ, ଜୁଲାଇ ୧୪( ଖବର ଓଡ଼ିଶା):

ରାଜସ୍ଥାନ କଂଗ୍ରେସରେ ଚାଲିଥିବା ବିବାଦର ସମାଧାନ ପାଇଁ କଂଗ୍ରେସ ହାଇକମାଣ୍ଡ ପକ୍ଷରୁ ଉଦ୍ୟମ ଜାରି ରହିଛି । କଂଗ୍ରେସ ହାଇକମାଣ୍ଡ ସଚିନ ପାଇଲଟଙ୍କୁ ଆଜି ଜୟପୁରରେ ବସିବାକୁ ଥିବା ବିଧାନସଭା ଦଳର ବୈଠକରେ ଯୋଗଦେବାକୁ କହିଛନ୍ତି ।

ସୂଚନାନୁସାରେ, ପାର୍ଟି ହାଇ କମାଣ୍ଡ ଏହି ମାମଲାକୁ ଅଧିକ ଟାଣିବାକୁ ଚାହୁଁନାହାଁନ୍ତି ଏବଂ ମଙ୍ଗଳବାର ସୁଦ୍ଧା ଏହାର ସମାଧାନ ପାଇଁ ଚେଷ୍ଟା କରୁଥିବା ନେଇ ଜଣାପଡିଛି । ହାଇ କମାଣ୍ଡ ଅନୁଭବ କରୁଛନ୍ତି ଯେ ସଚିନ ପାଇଲଟଙ୍କ ପାଇଁ ଏପରି ସମୟରେ ଜିଦି କରିବା ଠିକ୍ ନିଷ୍ପତ୍ତି ନୁହେଁ ଯେତେବେଳେ କି ତାଙ୍କ ନିକଟରେ ମାତ୍ର 15 ଜଣ ବିଧାୟକଙ୍କ ସମର୍ଥନ ରହିଛି । କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ କହିବାନୁସାରେ, ସଚିନ ପାଇଲଟ ତାଙ୍କ ସମର୍ଥକମାନଙ୍କୁ ଏକତ୍ର ରଖିବାରେ ସକ୍ଷମ ନୁହଁନ୍ତି କାରଣ ସେ ଚାହୁଁଛନ୍ତି ଯେ ବିଧାୟକମାନେ ପ୍ରଥମେ ଇସ୍ତଫା ଦିଅନ୍ତୁ ବୋଲି, ହେଲେ ଇସ୍ତାଫା ଦେବାପାଇଁ ବିଧାୟକମାନେ ପ୍ରସ୍ତୁତ ନୁହଁନ୍ତି ବୋଲି ଜଣାପଡିଛି ।

ଜଣେ ବରିଷ୍ଠ ନେତା କହିଛନ୍ତି ଯେ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ କରୁଥିବା ଦାବିରୁ ଓହରିବା ପାଇଁ ପ୍ରସ୍ତୁତ ନାହାଁନ୍ତି । କଂଗ୍ରେସ ଦଳ ମଧ୍ୟ ଅନୁଭବ କରୁଛି ଯେ ସଚିନଙ୍କ ଦାବି ଅଯୌକ୍ତିକ ଏବଂ ଏହି ସମସ୍ୟାର ସମାଧାନ ପାଇଁ ବରିଷ୍ଠ ନେତାଙ୍କ ଉଦ୍ୟମ ସତ୍ତ୍ୱେ ସଚିନ ମାନିବାକୁ ନାରାଜ ଥିବା ଜଣାପଡିଛି ।

ରାଜସ୍ଥାନ ରାଜନୈତିକ ସଙ୍କଟର ସମାଧାନ ପାଇଁ ନିୟୋଜିତ ଜଣେ ନେତା କହିଛନ୍ତି ଯେ ସଚିନ ପାଇଲଟ ନିଜେ କହି ସାରିଛନ୍ତି ଯେ ବିଧାୟକମାନେ ନିଷ୍ପତ୍ତି ନେବେ ଯେ ସେମାନଙ୍କର ମୁଖ୍ୟମନ୍ତ୍ରୀ କିଏ ହେବ, ଏହିପରି ଭାବରେ ସେମାନଙ୍କ ଦାବିରେ ପ୍ରତିବାଦ ସ୍ପଷ୍ଟ ଦେଖାଯାଉଛି । ଏହି ମାମଲା ଯେତେ ଆଗକୁ ବଢିବା ଦଳର ଭାବମୂର୍ତ୍ତି ସେତେ ଅଧିକ ପ୍ରଭାବିତ ହେବ ବୋଲି କଂଗ୍ରେସ ବରିଷ୍ଠ ନେତା ମାନେ ଅନୁଭବ କରୁଛନ୍ତି, ତେଣୁ ହାଇକମାଣ୍ଡ ଯଥାଶୀଘ୍ର ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଥିବା ଜଣାପଡିଛି ।

  • Tags:

Subscribe

National International State Sports Entertainment