ରାହୁଲଙ୍କୁ ଜେଟଲୀଙ୍କ ଟାର୍ଗେଟ୍, ଫେଲ୍ ଛାତ୍ର ସର୍ବଦା ପ୍ରଥମ ସ୍ଥାନ ଦଖଲ କରିଥିବା ବିଦ୍ୟାର୍ଥୀକୁ ନାପସନ୍ଦ କରେ
Khabar Odisha:politics-odisha-rahul-gandhi-insulted-most-constitutional-institutions-alone-arun-jaitley
ନୂଆଦିଲ୍ଲୀ, ଫେବୃଆରୀ ୧୧(ଖବର ଓଡିଶା):

ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ରାଫେଲ ଡିଲ୍ ମାମଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ କଟୁ ସମାଲୋଚନା କରିଛନ୍ତି । ରାହୁଲ ମୋଦୀଙ୍କ ପ୍ରତି ବ୍ୟକ୍ତିଗତ ଶତ୍ରୁ ଭାବେ ବ୍ୟବହାର କରିବାକୁ ନେଇ ଜେଟଲି ରାହୁଲଙ୍କୁ ଫେଲ୍ ଛାତ୍ର ଏବଂ ମୋଦୀଙ୍କୁ ଟପର ବୋଲି କହିଛନ୍ତି । 

ଚିକିତ୍ସିତ ହୋଇ ଭାରତ ଫେରିବା ପରେ ଜେଟଲି ରାହୁଲଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି କି, ଏକ ବିଫଳ ବା ଅକୃତକାର୍ଯ୍ୟ ବିଦ୍ୟାର୍ଥୀ ସର୍ବଦା ଶ୍ରେଣୀରେ ପ୍ରଥମ ସ୍ଥାନ ଦଖଲ କରୁଥିବା ବିଦ୍ୟାର୍ଥୀକୁ ଦେଖିଲେ ଚିଡଚିଡ ହୋଇଥାଏ । ପସନ୍ଦ ମଧ୍ୟ କରିନଥାଏ । ଏହାସହ ଗୋମାତା ପ୍ରସଙ୍ଗରେ କଂଗ୍ରେସର ଦୋମୁହାଁ ନୀତିକୁ ମଧ୍ୟ ଜେଟଲି ସମାଲୋଚନା କରି କହିଛନ୍ତି କି, ଏହି ଦଳର କେରଳ ନେତା କ୍ୟାମେରା ସାମ୍ନାରେ ଗୋମାଂସ ଖାଉଛନ୍ତି । କିନ୍ତୁ ମଧ୍ୟ ପ୍ରଦେଶରେ ରାଷ୍ଟ୍ରୀୟ ସୁରକ୍ଷା ନିୟମ ଅନୁଯାୟୀ ମାମଲା ରୁଜୁ ହେଉଛି । 

ସେ ଆହୁରି କହିଛନ୍ତି ଯେ କଂଗ୍ରେସ ଅଫିସରେ ବିନା ଦଲାଲଗିରିରେ ଗୋଟିଏ ମଧ୍ୟ ଚୁକ୍ତି ହୁଏ ନାହିଁ । ବର୍ତମାନ ସରକାର ଦୁର୍ନୀତିଗ୍ରସ୍ତ ଶିଳ୍ପପତିଙ୍କ ପ୍ରତି କଡା ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି । ଫଳରେ ସେମାନେ ବିଦେଶ ପଳାଉଛନ୍ତି । କଂଗ୍ରେସ କିନ୍ତୁ ଏହାକୁ ବିଜେପିର କାମ ବୋଲି କହୁଛି । ସମସ୍ତ ପଳାତକ ଭାରତ ଆସିଗଲେ କଂଗ୍ରେସର ମୁହଁ ବନ୍ଦ ହୋଇଯିବ । କଂଗ୍ରେସ ମିଛ ଆନ୍ଦୋଳନ ଏବଂ ମିଛ କଥା କହି ମୋଦୀଙ୍କ ବିରୋଧରେ ଅପପ୍ରଚାର କରୁଛି । ରାହୁଲ ରାଫେଲ ପ୍ରସଙ୍ଗରେ କିଛି ନ ବଝି ଧାରଣା ଦେଉଛନ୍ତି । ଯାହା ବିଫଳ ହେଉଛି । ଭାରତ ସରକାର ସର୍ବଦା ସେନା ସହ ରହିଛନ୍ତି । କଂଗ୍ରେସ ଭଳି କୌଣସୀ ସେନାମୁଖ୍ୟଙ୍କୁ ସଡକର ଗୁଣ୍ଡା କହୁନାହାନ୍ତି ।  

  • Tags:

Subscribe

National International State Sports Entertainment