ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାହୁଲଙ୍କ ଚ୍ୟାଲେଞ୍ଜ, ବିନା ପୋଲିସରେ କୌଣସି ବିଶ୍ଵ ବିଦ୍ୟାଳୟ ଯାଇ ଦେଖନ୍ତୁ
Khabar Odisha:politics-odisha-rahul-gandhi-challenges-to-pm-narendra-modi-to-go-any-university-without-police
ନୂଆଦିଲ୍ଲୀ, ଜାନୁଆରୀ୧୩(ଖବର ଓଡ଼ିଶା):

ନାଗରିକତା ସଂଶୋଧନ ଆଇନକୁ ନେଇ କଂଗ୍ରେସ ନେତୃତ୍ଵରେ ବିରୋଧୀ ଦଳଙ୍କ ବୈଠକ ପରେ ରାହୁଲ ଗାନ୍ଧୀ ମୋଦୀ ସରକାର ଉପରେ ଶାଣିତ ସ୍ଵରରେ ହମଲା କରିଛନ୍ତି। ରାହୁଲ କହିଛନ୍ତି ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚ୍ୟାଲେଞ୍ଜ କରୁଛି ଯେ, ସେ ବିନା ପୋଲିସରେ କୌଣସି ବି ବିଶ୍ଵ ବିଦ୍ୟାଳୟ ଯାଇ ଦେଖାନ୍ତୁ। ସେ ଜଣାନ୍ତୁ ଯେ, ଦେଶ ପାଇଁ କଣ କରିଛନ୍ତି। ଜେଏନୟୁ ଓ ଜାମିଆ ୟୁନିଭର୍ସିଟିରେ ଛାତ୍ରଙ୍କ ବିରୋଧକୁ ନେଇ ରାହୁଲ କହିଛନ୍ତି ସେମାନଙ୍କର ସ୍ଵରକୁ ଦବାଯାଇ ପାରିବ ନାହିଁ। ପ୍ରଧାନମନ୍ତ୍ରୀ ଏହାର ଉତ୍ତର ଦେବା ଦରକାର ଯେ ଛାତ୍ରଙ୍କୁ ରୋଜଗାର କେମିତି ମିଳିବ ଏବଂ କେମିତି ଦେଶର ଅର୍ଥବ୍ୟବସ୍ଥାରେ ସୁଧାର ଆସିବ। 

କଂଗ୍ରେସର ପୂର୍ବତନ ସଭାପତି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଯୁବ ବର୍ଗଙ୍କ ସହ କଥା ହେବାର ସାହାସ ରହିବା ଉଚିତ୍। ତାଙ୍କୁ ଜଣାଇବା ଉଚିତ୍ ଯେ, ଅର୍ଥବ୍ୟବସ୍ଥା କେମିତ ସଙ୍କଟଜନକ ସ୍ଥିତିରେ ପହଞ୍ଚିଥିଲା। ଛାତ୍ରଙ୍କ ସାମ୍ନାରେ ମୋଦୀ ଛିଡ଼ା ହେବାର ସାହାସ ନଥିବା ରାହୁଲ କହିଛନ୍ତି।

ବିରୋଧୀ ଦଳର ଅନେକ ନେତାଙ୍କ ସହିତ ଗଣମାଧ୍ୟମରେ ଆଲୋଚନା ବେଳେ ରାହୁଲ କହିଛନ୍ତି ଯେ, ଦେଶର ଯୁବ ବର୍ଗଙ୍କ ସମସ୍ୟାର ସମାଧାନ କରିବା ବଦଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କ ଧ୍ୟାନ ହଟାଇବା ଏବଂ ସେମାନଙ୍କୁ ବିଭାଜନ କରିବାର କାମ କରୁଛନ୍ତି। ଯୁବ ବର୍ଗଙ୍କ ସ୍ଵରକୁ ଦବାଇବା ଉଚିତ୍ ନୁହଁ ବୋଲି ରାହୁଲ କହିଛନ୍ତି।

Subscribe

National International State Sports Entertainment