ନୂଆଦିଲ୍ଲୀ: ମମତା ବାନାର୍ଜୀଙ୍କୁ ନନ୍ଦିଗ୍ରାମ ବିଧାନସଭା ଉପନିର୍ବାଚନ ପୂର୍ବରୁ ଆଉ ଏକ ଝଟକା ଲାଗିଛି । ଦଳର ନାମ ଓ ଚିହ୍ନ ପରିବର୍ତ୍ତନ ପରେ ମୁହଁ ମୋଡ଼ି ଦେଇଛନ୍ତି ଆଉ ଜଣେ ପ୍ରତ୍ୟାଶୀ । ନନ୍ଦିଗ୍ରାମ ଆସନରୁ ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ସଞ୍ଚିତା ପ୍ରଧାନ ନିର୍ବାଚନରୁ ନିଜ ନାମ ଫେରାଇ ନେଇଛନ୍ତି ।
ସେପ୍ଟେମ୍ବର ୧୩ ତାରିଖରେ ଦଳ ସଞ୍ଚିତା ପ୍ରଧାନଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । କିନ୍ତୁ ସଞ୍ଚିତା ପ୍ରଧାନ ଆଜି ହଠାତ୍ ତାଙ୍କର ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ପ୍ରତ୍ୟାହାର ପୂର୍ବରୁ ସଞ୍ଚିତା ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହିତ ସାକ୍ଷାତ କରିଥିବା ଚର୍ଚ୍ଚା ହେଉଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ମମତା ବାନାର୍ଜୀଙ୍କ ଦଳର ନାମ ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ ନାମରେ ନାମିତ ହୋଇଛି । ଯାହାର ଚିହ୍ନ ଫୁଟବଲ୍ ଖେଳାଳି ରହିଛି ।