ମର୍ସନାରୀ ଓ ସୈନିକର ପାର୍ଥକ୍ୟ ଜାଣନ୍ତିନି ରାହୁଲ, ରାଜନୀତି କର, ସେନା-ଶହୀଦଙ୍କୁ ଅପମାନ କରନି: ରାଜବର୍ଦ୍ଧନ
Khabar Odisha:politics-national-rajyavardhan-singh-rathore-accused-rahul-gandhi-of-insulting-army-martyrs
ନୂଆଦିଲ୍ଲୀ, ଫେବୃୟାରୀ ୧୧ (ଖବର ଓଡ଼ିଶା):

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଫେଲ୍‌ ଡିଲ୍‌କୁ ନେଇ ସେନା ଉପରେ ଦେଇଥିବା ମନ୍ତବ୍ୟକୁ ଅତି କଡ଼ା ଭର୍ତ୍ସନା କରିଛନ୍ତି କେନ୍ଦ୍ରମନ୍ତ୍ରୀ କର୍ଣ୍ଣେଲ ରାଜବର୍ଦ୍ଧନ ସିଂହ ରାଠୋର୍‌ । ଯିଏ ଭାରତ ମାଟିରେ ଜନ୍ମ ହୋଇଥିବେ ଏବଂ ଆମ ସଂସ୍କୃତିକୁ ଜାଣିଥିବେ ସେ କେବେବି ଭାରତୀୟ ସେନା ଓ ଶହୀଦଙ୍କୁ ଅପମାନ କରିପାରିବ ନାହିଁ । ରାହୁଲଙ୍କୁ ଭାରତୀୟ ସେନା ବାବଦରେ କିଛି ବି ଜଣା ନାହିଁ । ସେନାଙ୍କୁ ନେଇ ରାହୁଲ ରାଜନୀତି ନ କରନ୍ତୁ ବୋଲି ସୋସିଆଲ୍‌ ମିଡ଼ିଆରେ ଏକ ଭିଡ଼ିଓ ପୋଷ୍ଟ କରି କହିଛନ୍ତି ରାଜବର୍ଦ୍ଧନ । 

ରାହୁଲ ଗାନ୍ଧୀ ସେନା ଓ ଶହୀଦଙ୍କୁ ଅପମାନ କରିଥିବା କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ରାହୁଲ ସେନା ଓ ଶହୀଦଙ୍କୁ ଅପମାନ କରିଛନ୍ତି । ତାଙ୍କୁ ମର୍ସନାରୀ ଓ ସୈନିକ ମଧ୍ୟରେ ପ୍ରାର୍ଥକ୍ୟ ଜଣା ନାହିଁ । ତେଣୁ ମର୍ସନାରୀର ଅର୍ଥ କ’ଣ ରାଜବର୍ଦ୍ଧନ ଡିକ୍ସିନାରୀ ଦେଖାଇ ବୁଝାଇ ଦେଇଛନ୍ତି । ମର୍ସନାରୀର ଅର୍ଥ ହେଉଛି ଯିଏ ଟଙ୍କା ନେଇ ଅନ୍ୟ ଦେଶ ପାଇଁ ଲଢ଼ନ୍ତି । 

କିନ୍ତୁ ଆମ ସେନା ଆମ ମାଟି ପାଇଁ ଲଢ଼ୁଛନ୍ତି । ସିଏ ଅନ୍ୟ ଦେଶ ପାଇଁ ଲଢ଼ନ୍ତି ନାହିଁ । ଆମ ଦେଶର ସୈନିକ ଟଙ୍କା ପାଇଁ ନୁହେଁ ନିଜର ଆତ୍ମସମ୍ମାନ ଓ ଦେଶର ସୁରକ୍ଷା ପାଇଁ ଲଢ଼ନ୍ତି । ତେଣୁ ଆପଣ ରାଜନୀତି କରନ୍ତୁ କିନ୍ତୁ ସେନା କିମ୍ବା ଶହୀଦଙ୍କୁ ଅପମାନ କରନ୍ତୁ ନାହିଁ ବୋଲି ସେ କହିଛନ୍ତି । ଏକ ସୈନିକ ହିସାବରେ ଏକଥା ମୁଁ କହୁଛି ବୋଲି ରାଜବର୍ଦ୍ଧନ ଭିଡ଼ିଓରେ କହିଛନ୍ତି ।  

ଏଠାରେ କହି ରଖୁଛୁ, ରାଫେଲ ଡିଲ୍‌କୁ ନେଇ ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଡିଲ୍‌ର ୩୦ ହଜାର କୋଟି ଟଙ୍କା ସେନାର କାମରେ ଆସିବ । ବିମାନ ଦୁର୍ଘଟଣା ହେଲେ ପାଇଲଟ୍‌ମାନଙ୍କୁ ଦିଆଯାଇ ପାରିଥାଆନ୍ତା । ରାଫେଲ୍‌ ଯୁଦ୍ଧ ବିମାନ ପାଇଁ ଭାରତ ୩୦ ହଜାର କୋଟି ଟଙ୍କା ନିବେଶ କରିବ । ଏଥିରେ ଅନିଲ ଅମ୍ବାନୀଙ୍କ କମ୍ପାନୀ ଅଂଶୀଦାର ଅଛି । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅମ୍ବାନୀଙ୍କୁ ଲାଭବାନ କରିବାକୁ ଚାହୁଁଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି ।

Subscribe

National International State Sports Entertainment