ଶାହୀନବାଗକୁ ନେଇ ପ୍ରତିକ୍ରିୟା ଦେଇଥିବା ବିଜେପି ସାଂସଦ ପ୍ରବେଶଙ୍କ ଜୀବନ ପ୍ରତି ବିପଦ, କଲରେ ମିଳୁଛି ଧମକ
Khabar Odisha:national-odisha-bjp-mp-parvesh-verma-got-threat-call-file-complaint-with-delhi-police
ନୂଆଦିଲ୍ଲୀ, ଜାନୁଆରୀ ୨୯ (ଖବର ଓଡ଼ିଶା) :

ପଶ୍ଚିମ ଦିଲ୍ଲୀର ବିଜେପି ସାଂସଦ ପ୍ରବେଶ ସିଂହ ବର୍ମା ଆଜି ଦିଲ୍ଲୀ ପୁଲିସକୁ ଏକ ନମ୍ବରରୁ ଧମକ ଆସୁଥିବା ନେଇ ଅଭିଯୋଗ କରିଛନ୍ତି। ବର୍ମା ତାଙ୍କ ସୋସିଆଲ ମିଡ଼ିଆରେ ମଧ୍ୟ ଏନେଇ ସୂଚନା ଦେଇଛନ୍ତି। ଶାହୀନବାଗ ପ୍ରଦର୍ଶନ ନେଇ ଗତ ମଙ୍ଗଳବାର ବିଜେପି ସାଂସଦ ବିବାଦିତ ପ୍ରତିକ୍ରିୟା ଦେଇଥିଲେ। ସେ ଶାହୀନବାଗ ସହ କାଶ୍ମୀରକୁ ତୁଳନା କରିଥିଲେ। ପ୍ରବେଶ କହିଥିଲେ ଯେ, ଦିନେ ଏହିମାନେ କାଶ୍ମୀର ଭଳି ଆପଣଙ୍କ ଘରେ ପଶିବେ, ଆପଣଙ୍କ ଝିଅ ବୋହୂଙ୍କୁ ବଳାତ୍କାର କରିବେ ମାରିବେ। ଯଦି ବିଜେପି ଶାସନରେ ଆସିବ ତେବେ ୧ ଘଣ୍ଟା ମଧ୍ୟରେ ପ୍ରଦର୍ଶନକୁ ବନ୍ଦ କରିଦିଆଯିବ। 

ସାଂସଦ ପ୍ରବେଶ ବର୍ମା ଟ୍ଵିଟରରେ ଲେଖିଛନ୍ତି ଯେ, ଆଜି ସକାଳେ ଏହି ନମ୍ବରରେ ମୋତେ ଧମକପୂର୍ଣ୍ଣ କଲ ଆସିଛି। ମୁଁ ଦିଲ୍ଲୀ ପୁଲିସକୁ ଏନେଇ ଅଭିଯୋଗ କରିବାକୁ ଯାଉଛି। ସ୍କ୍ରିନରେ ଯେଉଁ ନମ୍ବର ସେୟାର କରାଯାଇଛି ତାହା ରୱାଣ୍ଡାର। 

ସେହିପରି ଗୃହମନ୍ତ୍ରୀ ଅମିତ ଶାହା ଶାହୀନବାଗକୁ ନେଇ କହିଥିଲେ ଯେ, ଅରବିନ୍ଦ କେଜରିୱାଲଙ୍କୁ ଶାହୀନବାଗ ପ୍ରଦର୍ଶନ ବନ୍ଦ କରାଇବା ଉଚିତ୍।  

Subscribe

National International State Sports Entertainment