ଚେନ୍ନାଇ: ପୁନଃ ସୀମା ନିର୍ଦ୍ଧାରଣ ବିଲ୍କୁ ନେଇ ବିରୋଧୀ ମେଣ୍ଟ INDIA ମଧ୍ୟରେ ମତଭେଦ ସାମ୍ନାକୁ ଆସିଛି। କଂଗ୍ରେସର ବରିଷ୍ଠ ନେତା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ଦଳର ନେତାମାନେ DMK ମୁଖ୍ୟ ଏମ୍.କେ. ଷ୍ଟାଲିନଙ୍କୁ ଭେଟି ବିଲ୍କୁ ବିରୋଧ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ଏହା ପରେ ମଧ୍ୟ ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି ଷ୍ଟାଲିନ।
ଷ୍ଟାଲିନଙ୍କ କହିବା ଅନୁସାରେ, ଏହି ବିଲ୍କୁ ବିରୋଧ କଲେ ତାମିଲନାଡୁ ନିଜର ଲୋକସଭା ଆସନ ଅନୁପାତ ହରାଇବାର ଆଶଙ୍କା ରହିଛି। ତେଣୁ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଲ୍କୁ ସମର୍ଥନ କରିବା ଛଡ଼ା ଅନ୍ୟ ବିକଳ୍ପ ନାହିଁ ବୋଲି ସେ କହିଛନ୍ତି। DMKର ଯୁକ୍ତି ଅନୁସାରେ, ନୂଆ ପ୍ରସ୍ତାବରେ ପ୍ରତ୍ୟେକ ରାଜ୍ୟର ଲୋକସଭା ଆସନ ୫୦ ପ୍ରତିଶତ ବୃଦ୍ଧି ପାଇଲେ ତାମିଲନାଡୁର ଆସନ ସଂଖ୍ୟା ୩୯ରୁ ୫୯କୁ ବଢ଼ିପାରେ। ଏହାଦ୍ୱାରା ରାଜ୍ୟର ସଂସଦୀୟ ପ୍ରତିନିଧିତ୍ୱ ସୁରକ୍ଷିତ ରହିବ ବୋଲି ଦଳ ଆଶା ରଖିଛି।
ଅନ୍ୟପଟେ ରାହୁଲ ଗାନ୍ଧୀ ଏହି ବିଲ୍କୁ ନେଇ ଗଣତନ୍ତ୍ର ପ୍ରତି ବିପଦ ଥିବା ଅଭିଯୋଗ କରିଛନ୍ତି। ତେବେ ଷ୍ଟାଲିନ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ପାଇଁ ପ୍ରଥମେ ତାମିଲନାଡୁର ସ୍ୱାର୍ଥ। ଫଳରେ ପରିସୀମନ ବିଲ୍କୁ ନେଇ INDIA ମେଣ୍ଟରେ ରାଜନୈତିକ ଅସନ୍ତୋଷ ବଢ଼ିବାର ସମ୍ଭାବନା ରହିଛି।