ଖବର ଓଡ଼ିଶା: ଗୁରୁବାର ରାଜ୍ୟସଭାରେ ବିନେଶ ଫୋଗାଟ ପ୍ରସଙ୍ଗ ଉଠିଛି । ବିରୋଧୀ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଅନୁମତି ମାଗିଥିଲେ । କିନ୍ତୁ ଗୃହର ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଆଲୋଚନା ପାଇଁ ଅନୁମତି ଦେଇ ନ ଥିଲେ । ଏ ପ୍ରସଙ୍ଗକୁ ରାଜନୀତି କରିବା ଉଚିତ କି ବୋଲି ପ୍ରଶ୍ନ କରିଥିଲେ । ମାତ୍ର ଏହି ପ୍ରସଙ୍ଗରେ ଟିଏମସି ସାଂସଦଙ୍କ ଆଚରଣ ଦେଖି ରାଗି ଯାଇଥିଲେ ଅଧ୍ୟକ୍ଷ । ଗୃହର ଗୌରବକୁ ବଜାୟ ରଖିବାକୁ କହିଥିଲେ ।
ଆଜି ରାଜ୍ୟସଭାରେ ବିରୋଧୀ ଦଳର ସଦସ୍ୟ ବିନେଶ ଫୋଗାଟ ପ୍ରସଙ୍ଗ ଉଠାଇବାକୁ ଚାହୁଁଥିଲେ । ବିରୋଧୀଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ କହିଥିଲେ ଯେ ବିନେଶ କିପରି ଅଯୋଗ୍ୟ ଘୋଷିତ ହେଲେ ସେ ବିଷୟରେ ଆଲୋଚନା କରିବାକୁ ଚାହୁଁଛୁ । କିନ୍ତୁ ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଆଲୋଚନା ପାଇଁ ଅନୁମତି ଦେଇ ନ ଥିଲେ । ଏହି ପ୍ରସଙ୍ଗକୁ ରାଜନୀତିକରଣ କରାଯିବା ଉଚିତ କି ବୋଲି ଅଧ୍ୟକ୍ଷ ପ୍ରଶ୍ନ ପଚାରିଥିଲେ । ଏ ପ୍ରସଙ୍ଗରେ ଗୃହରେ ଏକାଠି ଆଲୋଚନା କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ ଅଧ୍ୟକ୍ଷ ।
ଅନ୍ୟପକ୍ଷରେ ଏହି ସମୟରେ ଟିଏମସି ସାଂସଦ ଡେରେକ ଓ ବ୍ରାଏନ ଉଚ୍ଚ ସ୍ୱରରେ ଚିଲାଇବା ଆରମ୍ଭ କରିଦେଲେ । ପ୍ରସଙ୍ଗରେ ଟିଏମସି ସାଂସଦଙ୍କ ଆଚରଣ ଦେଖି ରାଗି ଯାଇଥିଲେ ଅଧ୍ୟକ୍ଷ । ଗୃହର ଗୌରବକୁ ବଜାୟ ରଖିବାକୁ କହିଥିଲେ । ଅଧ୍ୟକ୍ଷ କହିଥିଲେ ଯେ ଶ୍ରୀ ଡେରେକ ଓ ବ୍ରାଏନ୍, ଆପଣ ଚେୟାରକୁ ଅସମ୍ମାନ କରୁଛନ୍ତି । ପରବର୍ତ୍ତୀ ସମୟରେ ଆପଣଙ୍କୁ ବାହାରର ରାସ୍ତ ଦେଖାଇବି ବୋଲି ଅଧ୍ୟକ୍ଷ ଚେତାବନୀ ଦେଇଥିଲେ ।
ଧନଖଡ଼ କହିଛନ୍ତି ଯେ ଆମେ ଜରୁରୀକାଳୀନ ପରି ସମୟ ଦେଖିଛୁ । ଯେଉଁଠାରେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରାଯାଇଥିଲା । ବିରୋଧୀ ଏହା କରିପାରିବେ କି ? ଭିନେଶଙ୍କ କ୍ଷତି ପାଇଁ ସେ ଦୁଃଖିତ କି ? ଏହା ହେଉଛି ସମଗ୍ର ଦେଶର ସମସ୍ୟା । ଏହା ସେହି ଝିଅ ପାଇଁ କଷ୍ଟଦାୟକ । ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଏବଂ ମୁଁ ନିଜେ ଏଥିପାଇଁ ଦୁଃଖିତ ।