ଭୁବନେଶ୍ବର: ବିଜେଡ଼ିର ପ୍ରତିଷ୍ଠା ଦିବସରେ ଘଟଣା ଅଘଟଣ।ବିଜେଡି ଯୁବନେତ୍ରୀ ଈପ୍ସିତା ସାହୁଙ୍କୁ ଶକ୍ତ ଚାପୁଡା ମାରିଲେ ଆଉ ଜଣେ ମହିଳା ନେତ୍ରୀ । ଗୋଟିଏ ପଟେ ବିଜେଡି ସୁପ୍ରିମୋ ଦଳକୁ ପୁଣି ଥରେ ପୁନର୍ବାର ମଜଭୁତ କରିବାକୁ ଚେଷ୍ଟା କରୁଥିବା ବେଳେ ଦଳରେ କିନ୍ତୁ ଚାଲିଛି କନ୍ଦଳ। ସତ୍ତା ହରାଇଥିବା ବିଜେଡି କିପରି ପୁଣି ନିଜର ସ୍ଥିତି ଜାହିର କରିବାକୁ ନବୀନ ସ୍ବପ୍ନ ଦେଖୁଥିବା ବେଳେ ଆଜି କିନ୍ତୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଚେୟାର ପକାକୁ ନେଇ ଏହି ଘଟଣା ଘଟିଥିବା ଜାଣିବାକୁ ମିଳିଛି।
ସୂଚନା ଅନୁଯାୟୀ ଶଙ୍ଖ ଭବନରେ ଆୟୋଜିତ ବିଜେଡି ପ୍ରତିଷ୍ଠା ଦିବସରେ ଦଳର ମୁଖପାତ୍ର ଦଳର କିଛି ବରିଷ୍ଠ ନେତାଙ୍କ ପାଇଁ ଚେୟାର ପକାଉଥିବା ସମୟରେ ଏହି ପରିସ୍ଥିତି ଉପୁଜିଥିଲା। ପଛରେ ବସିଥିବା କିଛି ମହିଳା ନେତ୍ରୀଙ୍କ ସମ୍ମୁଖରେ ଈପ୍ସିତା କିଛି ଚେୟାର ପକାଇଥିଲେ। ଏହାପରେ ଉଭୟଙ୍କ ମଧ୍ଯରେ କଥା କଟାକଟି ହୋଇଥିଲା।ଏହି ଘଟଣାକୁ ନେଇ ଜଣେ ମହିଳା ନେତ୍ରୀ ଈପ୍ସିତାଙ୍କୁ ଶକ୍ତ ଚାପୁଡା ମାରିଥିବା ସୂଚନା ମିଳିଛି।
ଅନ୍ୟପକ୍ଷରେ ଆଜି ଶଙ୍ଖ ଭବନରେ ଆୟୋଜିତ ବିଜେଡି ପ୍ରତିଷ୍ଠା ଦିବସରେ ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ଦେଇ କହିଥିଲେ, ଏକାଠି ରୁହ। ବିରୋଧୀଙ୍କୁ ସାମନା କର ହେଲେ କିଛି ସମୟ ପରେ ଦଳରେ ମହିଳା ନେତ୍ରୀମାନଙ୍କ ଏଭଳି ଆଚରଣ ଦଳର ଶୃଙ୍ଖଳାକୁ ପଦାରେ ପକାଇଛି। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ତେବେ ବିଜେଡି ପକ୍ଷରୁ ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ କୌଣସି ମନ୍ତବ୍ୟ ମିଳିନାହିଁ ।