ଢେଙ୍କାନାଳ: ଚଳନ୍ତା ଟ୍ରେନ୍ରୁ ବିପଦପୂର୍ଣ୍ଣ ଅବସ୍ଥାରେ ଓହ୍ଲାଇବା ଯାତ୍ରୀଙ୍କ ପାଇଁ କାଳ ହୋଇଛି । ଚଳନ୍ତା ଟ୍ରେନରୁ ମାଆ ଓ ପୁଅ ପଡ଼ି ଗୁରୁତର ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ଦାଣ୍ଡିମାଳ ଷ୍ଟେସନର ନିକଟରେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ହେଲେ ଭଗବତୀ ଦେହୁରୀ ଓ ତାଙ୍କ ପୁଅ ରୁଦ୍ର ନାରାୟଣ ଦେହୁରୀ।
ମିଳିଥିବା ସୂଚନା ମୁତାବକ, ଗୋଟିଏ ପରିବାର ମେରାମଣ୍ଡଳୀ ଷ୍ଟେସନରୁ ଭୁଲ୍ରେ ଭୁଲରେ ପୁରୀ ଦୁର୍ଗ ଏକ୍ସପ୍ରେସ୍ ଟ୍ରେନ୍ରେ ଚଢିଯାଇଥିଲେ । ଦାଣ୍ଡିମାଳ ଷ୍ଟେସନରେ ଚଳନ୍ତା ଟ୍ରେନ୍ରୁ ଓହ୍ଲାଇବା ଉଦ୍ୟମ କରୁଥିଲେ । ଏହି ସମୟରେ ୧୨ ବର୍ଷର ପୁଅ ପଡ଼ିଯାଇଥିଲା । ପୁଅକୁ ଉଦ୍ଧାର କରିବାକୁ ଯାଇ ମାଆ ପଡ଼ିଯାଇଥିଲେ । ଫଳରେ ଉଭୟଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।