ଭୁବନେଶ୍ୱର : ନୂଆବର୍ଷ ପାଇଁ ବିଭିନ୍ନ ସ୍ଥାନରେ ପାଳନ ହେବ ଜିରୋ ନାଇଟ୍ ସେଲିବ୍ରେସନ୍ । ଜମିବ ଭୋଜି ଭାତ, ନାଚ ଗୀତର ଆସର । ତେବେ ନୂଆବର୍ଷ ସେଲିବ୍ରେସନ୍ ବେଳେ ଯେପରି କୌଣସି ଅପରାଧ ନ ଘଟେ ତା’ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ନୂଆବର୍ଷ ପାଳନକୁ ନେଇ ସଜାଗ ରହିଛି ଅବକାରୀ ବିଭାଗ ।
ନୂଆବର୍ଷ ବେଳେ ଚୋରା ମଦ ବିକ୍ରି ଉପରେ ଅବକାରୀ ବିଭାଗର ନଜର ରହିଛି ବୋଲି ଆଜି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଜିରୋ ନାଇଟ ପାଇଁ କୌଣସି ଅସ୍ଥାୟୀ ଲାଇସେନ୍ସ ଦିଆଯିବ ନାହିଁ। ଜିରୋ ନାଇଟର ଆଳ ଦେଖାଇ କେହି ଚୋରା ମଦ ବିକ୍ରି କରିପାରିବେ ନାହିଁ । ଚୋରା ମଦ ବିକ୍ରି କଲେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେବେ। ଆଗାମୀ ଜାନୁଆରୀ ଶେଷ ଯାଏ ଏଥିଲାଗି କଡ଼ା ଚେକିଂ ହେବ ବୋଲି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
କେବଳ ଏତିକି ନୁହେଁ ଜିରୋ ନାଇଟକୁ ନେଇ ବିଭାଗ ପୁରାପୁରି ଭାବେ ପ୍ରସ୍ତୁତ ହୋଇ ରହିଛି। ଯଦି କେହି ଚୋରା ମଦ ବିକ୍ରି କରେ ତେବେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେବେ। ଏହି କ୍ରମରେ ଜାନୁଆରୀ ଶେଷ ଯାଏଁ କଡ଼ା ଚେକିଂ ପାଇଁ ବିଭାଗକୁ କୁହାଯାଇଛି। ପ୍ରତି ଜିଲ୍ଲାର ଅବକାରୀ ବିଭାଗକୁ ମଧ୍ୟ ଏନେଇ ଜଣାଇ ଦିଆଯାଇଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି।