ବଣାଇ : ସୁନ୍ଦରଗଡ଼ ଜିଲ୍ଲା ଜରଡ଼ା, ସୋଲ ରେଞ୍ଜର କେଲସଲଗୁଡାରେ କଲରାପତରିଆ ବାଘ ଆତଙ୍କ ଦେଖିବାକୁ ମିଳିଛି l ଗତ ତିନିରୁ ଚାରି ଦିନ ଧରି ଏହି ବାଘ ଆତଙ୍କ ଖେଳାଇଛି l କେଲ ଗ୍ରାମର କିଛି ଲୋକ ଜଙ୍ଗଲକୁ ଛେଳି ଚରିବାକୁ ଛାଡ଼ି ଦେଇଥିଲେ l ପରେ ଖୋଜାଖୋଜି କରିବାରୁ ପ୍ରାୟ ୬ ରୁ ୭ ଟି ଛେଳିକୁ ଏହି ବାଘ ଖଣ୍ଡିଆଖାବରା କରି ମାରିଦେଇଛି l
ସେହିପରି ଜରଡ଼ା ଅଂଚଳରେ ମଧ୍ୟ କେତେକ ଛେଳିଙ୍କୁ ମାରିଦେଇଛି। ଘଟଣା ସଂପର୍କରେ ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ବାଘ ଉପରେ ନଜର ରଖିଥିବା ବେଳେ ସରକାରୀ ନିୟମ ଅନୁସାରେ ଗୋଟେ ଛେଳିକୁ ୪ ହଜାର ଟଙ୍କା ଦିଆଯିବ ବୋଲି ବନବିଭାଗ ପ୍ରତିଶୃତି ଦେଇଛି l ମିଳିଥିବା ସୂଚନା ଅନୁସାରେ ପୂର୍ବରୁ ମଧ୍ୟ ଏ ଅଞ୍ଚଳରେ ଏହି ବାଘ ଅନେକ ଛେଳିଙ୍କୁ ମାରି ଦେଇଥିଲା l