ଗଂଜାମ; ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ବିଜୟ ଆଦିଗଦପୁର ନିକଟ ରାସ୍ତାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ରାସ୍ତା କଡରେ ଫୋପଡା ଯାଇଛି ପୁଳା ପୁଳା ଔଷଧ । ଯାହା ସାଧାରଣ ଲୋକଙ୍କୁ ବିଚଳିତ କରୁଛି । ଟାବଲେଟ ଠାରୁ ଆରମ୍ଭ କରି କପ ସିରପ ରାସ୍ତା କଡରେ ଗଦା ହୋଇଛି । ଏମିତିକି ଅନେକ ମେଡିସିନର ଏକ୍ସପାରୀ ଡେଟ ସରିଯାଇଥିବା ବେଳେ ଆହୁରି ଅନେକ ବ୍ୟବହାର ଉପେଯାଗୀ ମେଡିସିନକୁ ଫୋପାଡି ଦିଆଯାଇଛି ।
ତେବେ ଲୋକଙ୍କୁ ମେଡିସିନ ଦିଆ ନଯାଇ କିଏ ଓ କାହିଁକି ମେଡିସିନ ଗୁଡିକୁ ଏପରି ଫୋପାଡିଛି ତାହା ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ଏହାର ତଦନ୍ତ ପାଇଁ ଦାବି ହୋଇଛି ।
ଅନ୍ୟପଟେ ଲୋକଙ୍କ ଉତ୍ତମ ଚିକିତ୍ସା ପାଇଁ ସରକାର ଅନେକ ସୁବିଧା ସୁଯୋଗ ଯୋଗାଇ ଦେବା ସହ ମାଗଣା ମେଡିସିନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ତାହା ଲୋକଙ୍କ ପାଖରେ ନ ପହଂଚି ନଷ୍ଟ ହୋଇ ରାସ୍ତା କଡରେ ଫୋପଡା ଯାଉଛି ।