ଜଗତସିଂହପୁର: ଅକ୍ଷମ ହୋଇ ବି ଏମାନେ ସକ୍ଷମ। ପ୍ରତିକୂଳ ପରିସ୍ଥିତିରେ ନିଜର ଦୃଢ଼ ଇଚ୍ଛାଶକ୍ତି ସହ କିଛି କରିବାର ଇଚ୍ଛା ସେମାନଙ୍କୁ ଆଣି ଦେଇଛି ସଫଳତା। । ସେମାନେ ମଧ୍ୟ ଖେଳି ପାରିବେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ସ୍ଵର୍ଣ୍ଣ ପଦକ ଜିତି ନିଜ ଜିଲ୍ଲା ପାଇଁ ଗୌରବ ଆଣିପାରିବେ ଏହା ପ୍ରମାଣିତ କରି ଦେଖିଛନ୍ତି ଜଗତସିଂହପୁର ଜିଲ୍ଲାର ଦିବ୍ୟାଙ୍ଗ କ୍ରୀଡାବିତ ମାନେ।
କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ପାରାକ୍ରୀଡ଼ାରେ ପ୍ରଥମ ଥର ପାଇଁ ଜଗତସିଂହପୁର ଜିଲ୍ଲାର ୧୧ଜଣ ଦିବ୍ୟାଙ୍ଗ କ୍ରୀଡ଼ାବିତ ଭାଗ ନେଇ ୧୫ ଗୋଟି ପଦକ ଜିତିଥିବା ବେଳେ ସେଥିମଧ୍ୟରୁ ୧୦ ଗୋଟି ସ୍ଵର୍ଣ୍ଣ ୩ ଗୋଟି ରୌପ୍ୟ ଏବଂ ୨ ଗୋଟି କାଂସ ପଦକ ରହିଛି।। ଜଗତସିଂହପୁର ଜିଲ୍ଲାର ମାନ ଓ ଗୌରବ ଆଣିଥିବା ଖେଳାଳି ମାନଙ୍କୁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଏବଂ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ସମ୍ବର୍ଦ୍ଧନା ଜଣାଇବା ସହ ସେମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି।
ନିଜର ଜିଦ୍ ଏବଂ ଲକ୍ଷ୍ୟ ଆଗରେ କିଛି ପ୍ରତିବନ୍ଧକ ରୁହେନାହିଁ ବୋଲି ପ୍ରମାଣିତ କରି ଦେଖିଛନ୍ତି ଦିବ୍ୟଙ୍ଗ କ୍ରୀଡାବିତ୍ । ନିଜସ୍ଵ ସମ୍ବଳରେ ଏହି କ୍ରୀଡାବିତ୍ ମାନେ ପାରା କ୍ରୀଡ଼ାରେ ଭାଗ ନେଇ ପଦକ ଜିତି ଜିଲ୍ଲା ପାଇଁ ଗୌରବ ଆଣିବାରେ ସଫଳ ହୋଇଛନ୍ତି। ଅଭାବ ଅନାଟନ ଭିତରେ ଦିବ୍ୟାଙ୍ଗ ମାନଙ୍କୁ ଯଦି ସରକାରୀ ପ୍ରୋତ୍ସାହନ ମିଳନ୍ତା ତାହାଲେ ଅନେକ ଦିବ୍ୟାଙ୍ଗ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହୋଇ ନିଜର ପ୍ରତିଭାକୁ ବିକଶିତ କରି ଜିଲ୍ଲା ଏବଂ ରାଜ୍ୟ ପାଇଁ ଗୌରବ ଆଣି ପାରନ୍ତେ।।