ରୁଷିଆ: ରୁଷିଆ ଆକାଶରେ ଭୟଙ୍କର ବିମାନ ଦୁର୍ଘଟଣାକୁ ନେଇ କ୍ଷମା ମାଗିଛନ୍ତି ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍ । ଏହି ଦୁର୍ଘଟଣାରେ ୩୮ ଲୋକଙ୍କ ମୃତ୍ୟୁ ଘଟିଛି । ଘଟଣାକୁ ନେଇ ଶୋକ ପ୍ରକାଶ କରିବା ସହ ଏଥିପାଇଁ ଅଜରବୈଜାନ ରାଷ୍ଟ୍ରପତିଙ୍କୁ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ କ୍ଷମା ମାଗିଛନ୍ତି । ରୁଷ ରାଷ୍ଟ୍ରପତି ଦୋଷ ସ୍ୱିକାର କରି କ୍ଷମା ମାଗିବା ପରେ ବିମାନଟି କୌଣସି ପକ୍ଷୀ ସହ ମାଡ଼ ହୋଇନାହିଁ, ବରଂ ଭୁଲରେ ରୁଷିଆ ଦ୍ୱାରା ଆକ୍ରମଣ କରାଯାଇଥିବା ନେଇ ସ୍ପଷ୍ଟ ହୋଇଛି ।
ରୁଷିଆର କ୍ରେମଲିନ୍ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ପୁଟିନ ଏହି ଘଟଣା ପାଇଁ ଆଲିଭ୍ଙ୍କୁ କ୍ଷମା ମାଗିଛନ୍ତି। ସେ ଏହାକୁ ରୁଷିଆ ଆକାଶ ମାର୍ଗରେ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣା ବୋଲି କହିଛନ୍ତି। ପୁଟିନ ପୀଡ଼ିତ ପରିବାର ପ୍ରତି ଗଭୀର ସମବେଦନା ଜଣାଇ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ତେବେୁ ୟୁକ୍ରେନ ଡ୍ରୋନ୍କୁ କାବୁ କରିବାକୁ ଉଦ୍ୟମ ବେଳେ ବିମାନଟି କ୍ରାସ ହୋଇଛି।
ବୁଧବାର କାଜାଖସ୍ତାନର ଅକାଟୁ ସହର ନିକଟରେ ହୋଇଥିଲା ଏହି ଦୁର୍ଘଟଣା । ଜେଟୁ-୮୨୪୩ ବିମାନଟି ରୁଷିଆର ଗ୍ରୋଜନି ସହର ଅଭିମୁଖେ ଯାତ୍ରା କରୁଥିଲା । ବିମାନଟି ଅବତରଣ କରିବାକୁ ଚେଷ୍ଟା କରିବା ସମୟରେ ୟୁକ୍ରେନ୍ ଡ୍ରୋନ୍ ଆକମଣ ଯୋଗୁଁ ରୁଷିଆରେ ବାୟୁ ସୁରକ୍ଷା ନେଇ ଆଲର୍ଟ ଜାରି କରାଯାଇଥିଲା । ଫଳରେ ଦକ୍ଷିଣ ରୁଷିଆରେ ଦିଗ ବଦଳାଇବା ସମୟରେ ବିମାନକୁ ରୁଷିଆ ପକ୍ଷରୁ ଆକ୍ରମଣ କରାଯାଇଥିଲା । ଏହି ଦୁର୍ଘଟଣାରେ ୩୮ ଜଣ ପ୍ରାଣ ହରାଇଛନ୍ତି । ଦକ୍ଷିଣ ରୁଷିଆରେ ୟୁକ୍ରେନ୍ର ଡ୍ରୋନ ଆଟାକ୍କୁ ନିଷ୍ଫଳ ଉଦ୍ୟମ ବେଳେ ଅଜରବୈଜାନ ଏୟାରଲାଇନ୍ସ ବିମାନ ଦୁର୍ଘଟଣା ଘଟିଥିବା ରୁଷିଆ ପକ୍ଷରୁ ସ୍ପଷ୍ଟ କରାଯାଇଛି।