ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କର ରବିବାର (ସ୍ଥାନୀୟ ସମୟ) ୧୦୦ ବର୍ଷ ବୟସରେ ପରଲୋକ ଘଟିଛି। ସେ ଆମେରିକାର ୩୯ତମ ରାଷ୍ଟ୍ରପତି ଥିଲେ। କାର୍ଟର ୧୯୭୭ରେ ଆର୍ ଫୋର୍ଡଙ୍କୁ ପରାସ୍ତ କରି ରାଷ୍ଟ୍ରପତି ହୋଇଥିଲେ। ସେ ଡେମୋକ୍ରାଟିକ୍ ପାର୍ଟିର ସଭାପତି ଭାବେ ନିର୍ବାଚିତ ହୋଇଥିଲେ।
ସେ ୧୯୭୭ରୁ ୧୯୮୧ ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି ଥିଲେ। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। କାର୍ଟର ୧୯୨୪ ମସିହା ଅକ୍ଟୋବର ପହିଲାରେ ଜନ୍ମଗ୍ରହଣ କରିଥିଲେ। କାର୍ଟର ୧୯୭୧ରୁ ୧୯୭୫ ପର୍ଯ୍ୟନ୍ତ ଜର୍ଜିଆର ଗଭର୍ଣ୍ଣର ଥିଲେ। ୨୦୦୨ମସିହାରେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହି ସମୟରେ ସେ ଆମେରିକାର ମଧ୍ୟପ୍ରାଚ୍ୟ ସମ୍ପର୍କର ମୂଳଦୁଆ ପକାଇଥିଲେ।
ଜର୍ଜିଆର ପ୍ଲେନ୍ସ ନାମକ ଏକ ଛୋଟ ସହରରେ ତାଙ୍କର ସେ ନିଜ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ନଭେମ୍ବର ୨୦୨୩ରେ ତାଙ୍କ ପତ୍ନୀ ରୋସଲିନଙ୍କ ମଧ୍ୟ ଏହି ଘରେ ମୃତ୍ୟୁ ଘଟିଥିଲା। ସେ ଜଣେ ବ୍ୟବସାୟୀ, ନୌସେନା ଅଧିକାରୀ, ରାଜନେତା, ବୁଝାମଣାକାରୀ, ଲେଖକ ଥିଲେ। ଖାଲି ସେତିକି ନୁହେଁ, କାର୍ପେଣ୍ଟରଙ୍କ କାମକୁ ସେ ଭଲ ଭାବେ ଜାଣିଥିଲେ।
ପଦ ଛାଡିବାର ବର୍ଷକ ପରେ ସେ କାର୍ଟର ସେଣ୍ଟର ନାମରେ ଏକ ଦାତବ୍ୟ ସଂସ୍ଥା ପ୍ରତିଷ୍ଠା କରିଥିଲେ। ନିର୍ବାଚନରେ ସ୍ୱଚ୍ଛତା ଆଣିବା, ମାନବିକ ଅଧିକାରକୁ ସମର୍ଥନ କରିବା, ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଏହି ଦାତବ୍ୟ ସଂସ୍ଥା।
ଗତ କିଛି ବର୍ଷ ଧରି ଚାର୍ଟରଙ୍କ ସ୍ୱାସ୍ଥ୍ୟାବସ୍ଥା ତାଙ୍କୁ ସହଯୋଗ କରୁ ନଥିଲା। କାର୍ଟର ୨୦୧୬ରେ ଚତୁର୍ଥ ପର୍ଯ୍ୟାୟ କର୍କଟ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ତେବେ କର୍କଟ ରୋଗ ହୋଇଥିଲେ ମଧ୍ୟ ସେ ମାନବିକତା ପାଇଁ କାମ ଜାରି ରଖିଥିଲେ।
ଜିମି କାର୍ଟରଙ୍କ ବିୟୋଗରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଶୋକ ପ୍ରକାଶ କରିଛନ୍ତି। ଏହା ଏକ ଦୁଃଖଦାୟକ ଦିନ ଏବଂ ଆଜି ଆମେରିକା ଏବଂ ବିଶ୍ୱ ଜଣେ ଉଲ୍ଲେଖନୀୟ ନେତାଙ୍କୁ ହରାଇଛନ୍ତି। ସେ ଜଣେ ରାଜନେତା ଓ ମାନବିକତାବାଦୀ ଥିଲେ। ଏଥିସହିତ ମୁଁ ଜଣେ ପ୍ରିୟ ବନ୍ଧୁଙ୍କୁ ହରାଇଛି। ମୁଁ ଜିମି କାର୍ଟରଙ୍କ ସହ ୫୦ ବର୍ଷରୁ ଅଧିକ ସମୟ ଧରି ବୁଲୁଛି। ସେହି ବର୍ଷଗୁଡ଼ିକରେ ମୁଁ ତାଙ୍କ ସହ ଅଗଣିତ କଥାବାର୍ତ୍ତା କରିଥିଲି। ସେ ନାଗରିକ ଅଧିକାର, ମାନବିକ ଅଧିକାର କୁ ସମର୍ଥନ କରିଥିଲେ ଏବଂ ସମଗ୍ର ବିଶ୍ୱରେ ଅବାଧ ଏବଂ ନିରପେକ୍ଷ ନିର୍ବାଚନକୁ ପ୍ରୋତ୍ସାହିତ କରିଥିଲେ।
ଅଧିକ ପଢ଼ନ୍ତୁ: ଚନ୍ଦ୍ରରେ ଭାରତୀୟଙ୍କୁ ପହଞ୍ଚାଇବା ଦିଗରେ ଆଉ ଏକ ବଡ଼ ପଦକ୍ଷେପ