ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ଏକ ବିମାନ ବନ୍ଦରରେ ରବିବାର ବିମାନ ଅବତରଣ ସମୟରେ ଭୟାବହ ଦୁର୍ଘଟଣା ଘଟିଛି। ବିମାନରେ ନିଆଁ ଲାଗି ଯିବାରୁ ୧୭୯ ଜଣଙ୍କ ମୃତ୍ୟୁ ଘଟିଛି। ରବିବାର ଅଧିକାରୀ ଏହାର ସୂଚନା ଦେଇ କହିଛନ୍ତି ଯେ, ଦେଶରେ ଘଟିଥିବା ଏ ପର୍ଯ୍ୟନ୍ତ ଏହା ସବୁଠୁ ବିଭତ୍ସ ବିମାନ ଦୁର୍ଘଟଣା ମଧ୍ୟରୁ ଗୋଟିଏ। ବିମାନରେ ମୋଟ୍ ୧୮୧ ଯାତ୍ରୀ ଥିଲେ।
ପରିବହନ ମନ୍ତ୍ରଣାଳୟ ଅନୁଯାୟୀ, ବିମାନଟି ୧୫ ବର୍ଷ ପୁରୁଣା ବୋଇଙ୍ଗ ୭୩୭-୮୦୦ ଜେଟ୍ ଥିଲା।ଏହି ବିମାନ ବ୍ୟାଙ୍କଙ୍କରୁ ଫେରୁଥିବା ବେଳେ ସ୍ଥାନୀୟ ସମୟାନୁସାରେ ସକାଳ ୯ଟା ୩ ମିନିଟ୍ରେ ଦୁର୍ଘଟଣା ଘଟିଥିଲା।ଅଗ୍ନିଶମ ଏଜେନ୍ସି ଅନୁଯାୟୀ, ବିମାନରେ ନିଆଁ ଲାଗି ଯିବାରୁ ଅତି କମରେ ୧୭୪ ଜଣଙ୍କ ମୃତ୍ୟୁ ଘଟିଛି। ବିମାନଟି ସଂପୂର୍ଣ ଜଳିପୋଡ଼ି ନଷ୍ଟ ହାଇ ଯାଇଛି। ବିମାନଟି ପ୍ରଥମେ ପକ୍ଷୀରେ ବାଡ଼େଇବା ପରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ଏହା ପରେ ବିମାନର ଅବରଣ କରିବାକୁ ଉଦ୍ୟମ କରାଯାଇଥିଲା। ବିମାନର ବେଗ ଦ୍ରୁତ ଥିବାରୁ ଅବତରଣ ସମୟରେ ବିମାନ ଅଟକି ନ ଥିଲା। ଆଉ ଦୁର୍ଘଟଣାର ଶିକାର ହୋଇଥିଲା।
ପାରିପାର୍ଶ୍ଵିକ ସ୍ଥିତି ଦେଖିଲେ ମୃତକଙ୍କ ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି। କାରଣ ଘଟଣା ଘଟିବାର ପ୍ରାୟ ୬ ଘଣ୍ଟା ପରେ ବି ବିମାନରେ ଯାତ୍ରା କରୁଥିବା ଅନେକ ଲୋକ ଏବେ ବି ନିଖୋଜ ଅଛନ୍ତି। ନିଆଁ ନିୟନ୍ତ୍ରଣ ପାଇଁ ଦମକଳ ବିଭାଗର ୩୨ ଗାଡ଼ି ଓ ଅନେକ ହେଲିକପ୍ଟର ନିୟୋଜିତ କରାଯାଇଥିଲା। ଏଜେନ୍ସି ଅନୁଯାୟୀ, ପ୍ରାୟ ୧୫୬୦ ଅଗ୍ନିଶମ କର୍ମଚାରୀ, ପୋଲିସ ଅଧିକାରୀ ଓ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ରହି ସ୍ଥିତି ପରଖିଥିଲେ।