ଭୁବନେଶ୍ୱର: ରାଜ୍ୟରେ ରହିଛନ୍ତି ୪୦ ଲକ୍ଷ ଭୂତ ହିତାଧିକାରୀ । ଏପରିକି ପ୍ରତି ଜିଲ୍ଲାରେ ଲକ୍ଷେରୁ ଦେଢ ଲକ୍ଷ ଭୂତ ହିତାଧିକାରୀ ରହିଛନ୍ତି । ଏହା କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ପୂର୍ବରୁ ରାସନକାର୍ଡ ଦୁର୍ନତି ନେଇ ଅନେକ ଥର ଆଲୋଚନା ହୋଇଛି । ଏପରିକି ଭୂତ ହିତାଧିକାରୀ ଅର୍ଥାତ୍ ମୃତ ବ୍ୟକ୍ତିଙ୍କ ନାଁରେ ରାସନ କାର୍ଡ ହାତେଇଛନ୍ତି କିଛି ଅଯୋଗ୍ୟ ହିତାଧିକାରୀ । ତେବେ ସେହି ଭୂତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ନେଇ ସରକାର କହିଛନ୍ତି । ଇ-କଓ୍ବୋଇସି ଶେଷ ହେବା ପରେ ଅଯୋଗ୍ୟ ହିତାଧିକାରୀ ସଂଖ୍ୟା ରାଜ୍ୟରେ କେତେ ଅଛି ତାହା ଜଣାପଡ଼ିଯିବ ବୋଲି ସରକାର ସୂଚନା ଦେଇଥିଲେ । ତେବେ ବର୍ତ୍ତମାନ ରାଜ୍ୟରେ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ନେଇ ଇ-କଓ୍ବୋଇସି ପ୍ରକ୍ରିୟା ଚାଲୁ ରହିଛି । ଖୁବଶୀଘ୍ର ଅଯୋଗ୍ୟ ୪୦ ଲକ୍ଷ ହିତାଧିକାରୀଙ୍କ ଚିହ୍ନଟ କରାଯିବା ନେଇ କହିଛନ୍ତି ମନ୍ତ୍ରୀ ।