ଗଜପତି ଜିଲ୍ଲା ମୋହନା ସ୍ଥିତ ଲେଡବନ୍ଧ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ପୋଲର ବାଡାକୁ ଧକ୍କା ଦେଇ ଏକ ବାଇକ ୨୦ ଫୁଟ ତଳକୁ ଖସିଯାଇଛି । ଫଳରେ ଚାଳକ ଜଣଙ୍କର ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ ଲେଡବନ୍ଧ ନିକଟ ପୋଲ ଉପରେ ଏକ ବାଇକ ପଡିଥିଲା । ଯାହାକୁ ଦେଖି ସ୍ଥାନୀୟ ଲୋକଙ୍କର ସନ୍ଦେହ ହୋଇଥିଲା । ଏନେଇ ସ୍ଥାନୀୟ ଲୋକେ ପୁଲିସ ଓ ମୋହନା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ପୋଲ ତଳୁ ଯୁବକଙ୍କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ମୃତ ବାଇକ ଆରୋହୀଙ୍କର ପରିଚୟ ମିଳିପାରି ନାହିଁ । ଏହାସହ ପୋଲିସ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିଛି ପୋଲିସ ।