ଆସନ୍ତା କାଲିଠାରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ । ଏହି ଅଧିବେଶନ ୫ତାରିଖରୁ ୧୩ତାରିଖ ଯାଏ ଚାଲିବ । ମୁହାମୁହିଁ ହେବେ ଶାସକ ଓ ବିରୋଧୀ । ଅଧିବେଶନର ମୋଟ ୭ଟି କାର୍ଯ୍ୟ ଦିବସ ରହିଛି । ଅଧିବେଶନରେ କାମଚଳା ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ । ଅନ୍ୟପଟେ ବିଧାନସଭାର ଶେଷ ଅଧିବେଶନକୁ ସୁରୁଖୁରୁରେ ଶେଷ କରିବା ଲାଗି ଆଜି ବସିବ ସର୍ବଦଳୀୟ ବୈଠକ ।
ଚଳିତ ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଏହା ବିଧାନସଭାର ଶେଷ ଅଧିବେଶନ ଅଟେ । ବଜେଟ ଅଧିବେଶନର କାର୍ଯ୍ୟସୂଚୀ ଉପରେ ଆଲୋଚନା ପାଇଁ ଓଡ଼ିଶା ବିଧାନସଭା ବାଚସ୍ପତି ପ୍ରମିଲା ମଲ୍ଲିକ ଆଜି ସନ୍ଧ୍ୟା ୬ଟା ୩୦ରେ ସମସ୍ତ ଦଳର ବିଧାୟକଙ୍କ ବୈଠକ ଡକାଇଛନ୍ତି । ବଜେଟ ଅଧିବେଶନରେ ଗୃହର ସୁଗମ ଆଚରଣ ପାଇଁ ବାଚସ୍ପତି ଶାସକ ଏବଂ ବିରୋଧୀ ବିଧାୟକଙ୍କ ସହଯୋଗ ଲୋଡିବାର ସମ୍ଭାବନା ରହିଛି । ବଜେଟ ଅଧିବେଶନ ପୂର୍ବରୁ କୌଣସି ରାଜନୈତିକ ଦଳ ସେମାନଙ୍କ ବିଧାୟକଙ୍କ ବୈଠକ ଡକାଇ ନାହାନ୍ତି । ତେବେ କଣ ଏହିବର୍ଷ ଓଡିଶା ବିଧାନସଭାରେ ହେବାକୁ ଥିବା ଶେଷ ଅଧିବେଶନ ସୁରୁଖୁରୁରେ ଚାଲିବ ???
ଅଧିକ ପଢନ୍ତୁ :ଭାରତ କିଣିବ MQ-9B