ଗଣମାଧ୍ୟମରୁ ଖବରକାଗଜ ଏବେ ଚର୍ଚ୍ଚାରେ ସବୁବେଳେ ରହୁଛନ୍ତି ସୁର ରାଉତ। ହେଲେ ନିଜ ପାଇଁ ନୁହଁ ଏବେ ସେ ଚର୍ଚ୍ଚାରେ ନିଜ ପୁଅ ମନ୍ମଥ ରାଉତରାୟଙ୍କ ପାଇଁ। ସୁର ଙ୍କ ମୁହଁରୁ ଶୁଣିବାକୁ ମିଳୁଛି ଅଜବ ଉତ୍ତର। କେତେବେଳେ କହୁଛନ୍ତି ମୁଁ ମଲା ଯାଏଁ କଂଗ୍ରେସରେ ରହିବି ତ କେତେବେଳେ ବିଜେଡିରେ ପ୍ରାର୍ଥୀ ହୋଇଥିବା ନିଜ ପୁଅଙ୍କ ପାଇଁ ଭୋଟ ମାଗୁଛନ୍ତି।
ଆଗକୁ ରାଜ୍ଯରେ ହେବ ସାଧାରଣ ନିର୍ବାଚନ। ପ୍ରଚାରରେ ସହ କ୍ୟାମ୍ପେନିଂ ଆରମ୍ଭ କରି ଦେଲେଣି ରାଜନେତା। ଏହି ପରିପ୍ରେକ୍ଷୀରେ ନିଜ ପାଇଁ ଭୋଟ ମାଗିବା ଆରମ୍ଭ କରି ଦେଲେଣି ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିବା ସୁର ରାଉତଙ୍କ ପୁଅ ମନ୍ମଥ। ବିଜେଡିର ସୁଶାନ୍ତ ରାଉତଙ୍କ ସହ ମନ୍ମଥ ଭୋଟ ମାଗୁଛନ୍ତି । ହେଲେ ମନ୍ମଥ ପାଇଁ ବାପା ସୁର ରାଉତ ବି କୁଆଡେ ଭୋଟ ମାଗୁଛନ୍ତି।
କିଛି ଦିନ ତଳେ ବିଜେଡିର ଜଣେ ନେତାଙ୍କ ପେଜରେ ଅପଲୋଡ଼ ହୋଇଥିବା ଭିଡିଓ ପୋଷ୍ଟରେ ସୁର କିଛି ବିଜେଡି ନେତାଙ୍କ ସହ କଥା ହେବା ସହ ପୁଅ ମନ୍ମଥଙ୍କ ପାଇଁ ଜିନ୍ଦାବାଦ ସ୍ଲୋଗାନ ବି ପାର୍କରେ ଦେଉଥିବା ଦେଖବାକୁ ମିଳିଥିଲା। ଯାହା ବେଶ୍ ଭାଇରାଲ ହୋଇଛି। ଯେଉଁଥିରେ ପୁଅ ମନ୍ମଥ ପାଇଁ ଲୋକଙ୍କୁ ସୁର ଭୋଟ ମାଗୁଛନ୍ତି ବୋଲି ଚର୍ଚ୍ଚା ହୋଇଛି।
ଏନେଇ କଂଗ୍ରେସ ପକ୍ଷରୁ ସୁରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା। ବିଜେଡି ପାଇଁ ଭୋଟ ମାଗୁଥିବା ଅଭିଯୋଗ କରି ସୁରଙ୍କୁ ଏହି ନୋଟିସ ହୋଇଥିଲା ଆଉ ଏବେ ତାହାର ଉତ୍ତର ଦେଇ ସୁର କହିଛନ୍ତି କି " ୬୦-୬୨ ବର୍ଷ ହେଲା ସୋସିଆଲ ଫଙ୍କସନ୍ କୁ ଯାଉଛି। ମୁଁ କେବେ ପ୍ରଚାର କରିନାହିଁ ଅନ୍ୟ କେଉଁ ଦଳ ପାଇଁ। କେଉଁ ଦଳର ସିମ୍ବଲ ମୋ ଜିଭରେ ବାହାରି ନାହିଁ। କେଉଁ ଦଳର ସିମ୍ବଲ ବେକରେ ପକେଇ ନାହିଁ। ଯାହା କାମ ହେଇଛି ଭୁବନେଶ୍ଵର ଅଞ୍ଚଳରେ ଆମର ସହଯୋଗ ଅଛି। ଯଦି ମନ୍ମଥଙ୍କୁ ଲୋକେ ମୋ ପୁଅ ହିସାବରେ ଭୋଟ ଦେବେ ତେବେ ମୋର କଣ ଆପତ୍ତି ଅଛି? ମୋତେ କାହିଁକି ସବୁବେଳେ ଶସ୍ତା କରାଯାଉଛି ଏ ମିଡିଆ ଜରିଆରେ, ମୁଁ ଭାରି ଦୁଃଖିତ। ମୁଁ ମଲା ପର୍ଯ୍ୟନ୍ତ କଂଗ୍ରେସରେ ରହିବି। ଦଳ ଛାଡିଦେଲେ ବି କଂଗ୍ରେସର କାମ କରିବି ବୋଲି ସେ କହିଛନ୍ତି।