ଭୁୁବନେଶ୍ୱର: କିଟ୍ ଘଟଣାରେ ବିଜେଡି କେମିତି ଅଚ୍ୟୁତ ସାମନ୍ତଙ୍କ ପ୍ରତି ଅହେତୁକ ଅନୁକମ୍ପା ଦେଖାଇଥିଲା ସେହି ପ୍ରସଙ୍ଗ ଉଠାଇଛନ୍ତି ବିଧାୟକ ସରୋଜ ପାଢୀ । ଅଗ୍ରଣୀ ପ୍ରତିଷ୍ଠାନ କରିବାକୁ କଣ ବେଆଇନ ନିର୍ମାଣ କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି । ବିନା ଅନୁମୋଦନରେ ନିର୍ମାଣ, ତାକୁ ପୁଣି ସରକାର ବରଦାସ୍ତ କରିବେ । ଏହା ପ୍ରମାଣିତ କରୁଛି ଯେ, ବିଜେଡିର କିଟ୍ ପ୍ରତି କେତେ ଦରଦ ଥିଲା ।
ସେ କହିଛନ୍ତି, ବିଜେଡିର ସାଂସଦ ଥିଲେ । ତେଣୁ ବିଜେଡି ଅହେତୁକ ଅନୁକମ୍ପା ଦେଖାଉଥିଲା । ବିଜେଡି ତାଙ୍କଠୁ ଏମିତି କଣ ପାଉଥିଲା ଯେ, ଅହେତୁକ ଅନୁକମ୍ପା ଦେଖାଉଥିଲା । କିନ୍ତୁ ବିଜେପି ସରକାରରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ବିଜେଡି ସରକାର ଅମଳରେ ହିଁ ଅଚୁୁ୍ୟତ ସାମନ୍ତ ଜମି ହଡପ କରି ନିଜର ସାମ୍ରାଜ୍ୟ ବିସ୍ତାର କରିଛନ୍ତି । ରାଜ୍ୟର ଅନେକ ସ୍ଥାନରେ ସେ ସରକାରୀ ଜମିଠୁ ଧରି ଜଙ୍ଗଲ ଜମି ମାଡି ବସିଛନ୍ତି । କଣ ଅଗ୍ରଣୀ ପ୍ରତିଷ୍ଠାନ କରିବାକୁ ବେଆଇନ ଭାବେ ନିର୍ମାଣ କରିବା ଠିକ୍ କି । ପୁଣି ବିଜେଡି ସରକାର ଏହାକୁ ବରଦାସ୍ତ କରୁଥିଲେ ।
ସୂଚନାଯୋଗ୍ୟ, କିଟ୍ ବିଶ୍ୱ ବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକୃତି ଲାମସାଙ୍କ ଆତ୍ମହତ୍ୟା ଓ ପରବର୍ତ୍ତୀ ଛାତ୍ର ଅଶାନ୍ତି ବେଳେ ହଷ୍ଟେଲ ଅନ୍ତେବାସୀଙ୍କୁ ମାଡ ମରାଯିବା ଘଟଣାକୁ ନେଇ କିଟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବି କରିଛି କଂଗ୍ରେସ । ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନେପାଳର ବୈଦେଶିକ ମନ୍ତ୍ରୀଙ୍କ ସହ ଫୋନର କଥା ହୋଇ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତଶ୍ରୁତି ଦେଇଛନ୍ତି । ଏହି ମାମଲାରେ ଓଡିଶା ହାଇକୋର୍ଟର ଆଇନଜୀବୀ ଶିବ ଶଙ୍କର ମହାନ୍ତି ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି । ଘଟଣାରେ ପୂର୍ବରୁ ଗିରଫ ତିନି ନିର୍ଦ୍ଦେଶକ ସମେତ ୫ ଜଣଙ୍କୁ ଜାମିନ ମିଳି ସାରିଛି । ଏହା ପରେ ବାଉନ୍ସର ସମେତ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ ।