ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଶେଷ ପର୍ଯ୍ୟାୟ ପ୍ରଚାର ପାଇଁ ପୁଣି ଓଡ଼ିଶାମୁହାଁ ବିଜେପିର ଟପ୍ କେନ୍ଦୀୟ ନେତା । ଏହି ୨ ଦିନରେ ସେ ୮ଟି ସ୍ଥାନରେ ପ୍ରଚାର କରିବେ । ଆଜି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ କାକଟପୁରରେ ପ୍ରଚାର କରିବେ ବିଶ୍ୱଶର୍ମା ।
ଆସନ୍ତାକାଲି ରାଇରଙ୍ଗପୁର, ମୋରଡ଼ା, ସୋର ଓ ଜଗତସିଂହପୁରରେ ହିମନ୍ତଙ୍କ ଜନସଭା କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଆଜି ବାସୁଦେବପୁର, ବାହାନଗାଠାରେ ଅନୁଷ୍ଠିତ ବିଶାଳ ରୋଡ ଶୋରେ ସାମିଲ ହେବେ । ଆଜି ଏବଂ ଆସନ୍ତାକାଲି କେନ୍ଦ୍ରାପଡ଼ା ଓ ଭଦ୍ରକରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସଭା ରହିଛି ।
ଏପଟେ ଓଡ଼ିଶାରେ ପୁଣି ମାରାଥନ୍ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ମୋଦୀ । ଆସନ୍ତା ୨୯ ତାରିଖରେ ବାରିପଦା, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ଜନସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ୨୯ ତାରିଖ ଦିନ ୧୨ଟାରେ ବାରିପଦା ଛଉ ପଡ଼ିଆରେ ମୋଦିଙ୍କ ପ୍ରଥମ ସଭା ରହିଛି । ଏହାପରେ ସାଢ଼େ ଗୋଟାଏରେ ବାଲେଶ୍ୱରରେ ଏବଂ ସାଢେ ୩ଟାରେ କେନ୍ଦ୍ରାପଡ଼ାରେ ବିଶାଳ ଜନସଭାକୁ ମୋଦି ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି ।
ଅଧିକା ପଢନ୍ତୁ : ବର୍ଷାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ରୋଡ଼ ସୋ