ବାତ୍ୟା ରେମାଲ ପ୍ରଭାବରେ ଚାରିଆଡେ ବର୍ଷା ହେଉଛି । ତେଣୁ ଗତକାଲି ବାରିପଦାରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ତଥା ସମ୍ବଲପର ଲୋକସଭା ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କର ବାରିପଦାରେ ରୋଡ ସୋ ହୋଇଛି । ପ୍ରବଳ ବର୍ଷା ସତ୍ତ୍ୱେ ମଧ୍ୟ ରୋଡ ସୋରେ ଦେଖିବାକୁ ମିଳିଛି ପ୍ରବଳ ଜନସାଧାରଣଙ୍କ ଭିଡ।
ମୟୁରଭଞ୍ଜ ଜିଲ୍ଲା ବାରିପଦା ଠାରେ ଗତକାଲି ସନ୍ଧ୍ୟା ସମୟରେ ପୋଲିସ ଲାଇନ ପଡ଼ିଆରୁ ରୋଡ଼ ସୋ ଆରମ୍ଭ ହୋଇ କୃଷ୍ଣଚନ୍ଦ୍ର ଗୋଲେଇ ଦେଇ ଷ୍ଟେସନ ବଜାର ପଡ଼ିଆରେ ସମ୍ପନ୍ନ ହୋଇଥିଲା କେନ୍ଦ୍ରମନ୍ତ୍ରୀଙ୍କ ଏହି ରୋଡ ସୋ ।
ବେଶ ଉତ୍ସାହର ସହିତ ସଭା ସ୍ଥଳୀରେ ଲାଗି ରହି ଥିଲା ପ୍ରବଳ ଭିଡ। ଧର୍ମେନ୍ଦ୍ର ନିଜ ଅଭିଭାଷଣରେ କହିଥିଲେ ଓଡ଼ିଶାରେ ଏ ଥର ବିଜେପିର ସରକାର ହେବାକୁ ଯାଉଛି। ତେଣୁ ଏଥର ଡବଲ ଇଞ୍ଜିନ ସରକାର ଗଠନ କରି ଡବଲ ବିକାଶ କରିବା ପାଇଁ ଜନ ସାଧରଣଙ୍କୁ ଉଦବୋଧନ କରି ବକ୍ତବ୍ଯ ରେ ସରକାର ଙ୍କୁ କଡା ସମାଲୋଚନା କରି କହିଥିଲେ ।
ଅଧିକା ପଢନ୍ତୁ : ୩୦ରେ ପୁଣି ଆସିବେ ରାହୁଲ ଗାନ୍ଧୀ