୩୦ ତାରିଖ ଦିନ ୧୧ଟାରେ ସିମୁଳିଆ ସାନମହିତପୁରରେ ରାହୁଲ ଏକ ଜନସଭାକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି । ସେପଟେ ଓଡିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ ଥିବାରୁ ଓଡିଶାରେ ହେଭିୱେଟ୍ ଙ୍କର ଘନଘନ ପ୍ରଚାର ଚାଲିଛି ।
୨୯ ତାରିଖରେ ଓଡ଼ିଶା ଆସିବେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ । ତା ପରଦିନ ଅର୍ଥାତ୍ ୩୦ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଏହି ସୂଚନା ଦେଇଛନ୍ତି । ୨୯ ତାରିଖ ଦିନ ୧୧ଟାରେ ବାଲେଶ୍ୱରରେ ସଭା କରିବେ ଖଡଗେ । ୨୯ ତାରିଖ ଅପରାହ୍ନ ୩ଟାରେ ଭଦ୍ରକ ଚାନ୍ଦବାଲିରେ ଖଡଗେଙ୍କ ସଭା ରହିଛି ।
ସେପଟେ ଗତ ୨୯ ତାରିଖ ବୁଧବାର ଦିନ ପୁଣିଥରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ଓଡ଼ିଶାରେ ମୋଦିଙ୍କ ୩ଟି ସଭା ରହିଛି । ବାରିପଦା, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ଜନସଭାକୁ ସମ୍ବୋଧନ କରିବେ । ୨୯ ତାରିଖ ଦିନ ପ୍ରଥମେ ବାରିପଦା ଛଉ ପଡ଼ିଆରେ ନିର୍ବାଚନୀ ସଭା କରିବେ ପ୍ରଧାନମନ୍ତ୍ରୀ । ପରେ ବାଲେଶ୍ୱର ଏବଂ କେନ୍ଦ୍ରାପଡ଼ାରେ ଜନସଭାକୁ ମୋଦି ସମ୍ବୋଧିତ କରିବେ । ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ଏହି ସୂଚନା ଦେଇଛନ୍ତି ।
ଅଧିକା ପଢନ୍ତୁ : ରିମୋଟ ଧରି ତାମିଲ ବାବୁ ଓଡ଼ିଶାକୁ ଲୁଟୁଛନ୍ତି :ସ୍ମୃତି ଇରାନୀ
ଜଣ ଗୁରୁତର