ଓଡ଼ିଶା ଗସ୍ତରେ ଆସି ଆଜି ଜଗତସିଂହପୁର ଜିଲ୍ଲା କୁଜଙ୍ଗଠାରେ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । ଜୟ ଶ୍ରୀରାମ ନାରା ଦେଇ ବିଶାଳ ସଭାକୁ ସମ୍ବୋଧିତ କରି କହିଛନ୍ତି ବିଜେଡି କେବଳ ଓଡ଼ିଶାକୁ ଲ୍ୟାଣ୍ଡ ମାଫିଆ, କୋଇଲା ମାଫିଆ, ବାଲି ମାଫିଆ ଦେଇଛି।ନବୀନ ବାବୁଙ୍କୁ କଏଦ୍ କରି ରଖାଯାଇଛି, ରିମୋଟ୍ରେ ସରକାର ଚାଲୁଛି । ନବୀନ ବାବୁଙ୍କୁ କହିବା, ବୁଲିବା ପାଇଁ ବି ସ୍ୱାଧୀନତା ନଥିବା କୁହାଯାଉଛି । ରିମୋଟ୍ କଣ୍ଟ୍ରୋଲ ତାମିଲ ବାବୁଙ୍କ ପାଖରେ ରହିଛି।
ନେତା, ମନ୍ତ୍ରୀ ତଥା ରିମୋଟ କଣ୍ଟ୍ରୋଲରେ ଶାସନ ଚଳାଉଥିବା ତାମିଲ ବାବୁ ୨୪ ଘଣ୍ଟା ଓଡ଼ିଶାକୁ ଲୁଟିବାର କାମ କରିଛନ୍ତି । ତେଣୁ ଆପଣମାନେ ଲୋକତନ୍ତ୍ରର ହନୁମାନ ହୋଇ ଯାଇ ସେହି ଅଧର୍ମୀରାବଣଙ୍କ ଲଙ୍କାରେ ନିଆଁ ଲଗାନ୍ତୁ। ଏଥିସହ ସେ କହିଛନ୍ତି, ନବୀନ ବାବୁଙ୍କୁ କଏଦ୍ କରି ରଖାଯାଇଛି, ରିମୋଟ୍ରେ ସରକାର ଚାଲୁଛି । ନବୀନ ବାବୁଙ୍କୁ କହିବା, ବୁଲିବା ପାଇଁ ବି ସ୍ୱାଧୀନତା ନଥିବା କୁହାଯାଉଛି । ରିମୋଟ୍ କଣ୍ଟ୍ରୋଲ ତାମିଲ ବାବୁଙ୍କ ପାଖରେ ରହିଛି।
ଏଥିସହ ସେ କହିଛନ୍ତି, ସମଗ୍ର ବିଶ୍ୱର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି କୁଆଡ଼େ ହଜିଲା। ତାକୁ ଖୋଜିବା ପାଇଁ କମିଟି ଗଠିତ ହୋଇଥିବା ବେଳେ ତାହାର ରିପୋର୍ଟକୁ କାହିଁକି ଚାପି ଦିଆଗଲା ବୋଲି ପଚାରିଛନ୍ତି ସ୍ମୃତି ଇରାନୀ ।
ରାଜ୍ୟରେ ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ରିପୋର୍ଟ ଆସିବ । ଯଦି ରତ୍ନଭଣ୍ଡାରରେ କିଛି ଗଡ଼ବଡ଼ି ହୋଇଥିବ, ମୋଦି କାହାକୁ ଛାଡ଼ିବେନି ବୋଲି ସେ ଚେତାବନୀ ଦେଇଛନ୍ତି। ଏଥିସହ ‘ଆମେଠିରୁ ରାହୁଲଙ୍କୁ ହଟାଇବା ପରି , ଏଠୁ ବିଜେଡିକୁ ହଟାଇବୁ ବୋଲି ବି ସେ ଦୃଢୋକ୍ତି ପ୍ରକାଶ କରିକହିଛନ୍ତି ।
ଆସନ୍ତା ଜୁନ ୧ ହେବାକୁ ଥିବା ନିର୍ବାଚନରେ ସାଂସଦ ପ୍ରାର୍ଥୀ ବିଭୁ ତରାଇ ଏବଂ ବିଧାୟକ ପ୍ରାର୍ଥୀ ସମ୍ପଦ ସ୍ୱାଇଁଙ୍କୁ ପଦ୍ମ ଚିହ୍ନରେ ଭୋଟ ଦେବା ପାଇଁ ଜନସଭାରେ ନିବେଦନ କରିଛନ୍ତି।। ଆଜି ଏହି ବିଜୟ ସଂକଳ୍ପ ସମାବେଶରେ ୧୫ ହଜାରରୁ ଉର୍ଦ୍ଧ୍ବ କର୍ମୀ ଯୋଗଦେଇଥିବା ବେଳେ ଏକ ବିଶାଳ ସମାବେଶ ଦେଖିବାକୁ ମିଳିଥିଲା।