ମୌସୁମୀ ଅଧିବେଶନରୁ ନିଲମ୍ବିତ ହେଲେ ଟିଏମସି ସାଂସଦ ଶାନ୍ତନୁ ସେନ୍‌
Khabar Odisha:TMC-MP-Shantanu-Sena-was-suspended-from-the-monsoon-session

ନୂଆଦିଲ୍ଲୀ, ଜୁଲାଇ ୨୩ (ଖବର ଓଡ଼ଶା): କେନ୍ଦ୍ର ମୌସୁମୀ ଅଧିବେଶନରୁ ନିଲମ୍ବିତ ହେଲେ ଟିଏମସି ସାଂସଦ ଶାନ୍ତନୁ ସେନ୍ । ଗୃହ କାର୍ଯ୍ୟ ଚାଲୁଥିବା ସମୟରେ ଗୃହରେ ଅଶୋଭନୀୟ ବ୍ୟବହାର ପାଇଁ ଆଜି ତାଙ୍କୁ ଗୃହରୁ ନିଲମ୍ବିତ କରିଛନ୍ତି ଗୃହ ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ।

ସୂଚନା ଅନୁସାରେ ଗତକାଲି ଅଧିବେଶନ ଚାଲୁ ରହିଥିବା ସମୟରେ କେନ୍ଦ୍ର ଆଇଟି ମନ୍ତ୍ରୀ ପେଗାସସ୍ ସମ୍ପର୍କରେ ରାଜ୍ୟସଭାରେ ବିବୃତ୍ତି ରଖୁଥିଲେ । ଏବଂ ଏହି ସମୟରେ ସାଂସଦ ଶାନ୍ତନୁ ସେନ୍ ଉତ୍‌କ୍ଷୀପ୍ତ ହୋଇ ଅଶ୍ୱିନୀ ବୈଷ୍ଣବ୍‌ଙ୍‌କ ହାତରୁ କାଗଜ ଛଡାଇ ନେଇ ଚିରି ଦେଇଥିଲେ ଯାହା ପରେ ଗୃହରେ ହଟଗୋଳ ଦେଖିବାକୁ ମିଳିଥିଲା ।

ଏଭଳି ଅଶୋଭନୀୟ ବ୍ୟବହାର ଯୋଗୁଁ ଆଜି ସାଂସଦ ଶାନ୍ତନୁ ସେନ୍‌ଙ୍କୁ ମୌସୁବୀ ଅଧିବେଶନର ଅବଷିଷ୍ଟ ସମୟ ପାଇଁ ନିଲମ୍ବିତ କରାଯାଇଛି ।

  • Tags:

Subscribe

National International State Sports Entertainment