ଭୁବନେଶ୍ବର: ପୁଣି ନିର୍ବାଚନ ମୈଦାନକୁ ଓଲ୍ହାଇବେ ସୁର ରାଉତରାୟ । ଜଟଣୀରୁ ନିର୍ବାଚନ ଲଢ଼ିବା ନେଇ ସଂକେତ ଦେଲେ ସୁର। କଂଗ୍ରେସ ଟିକେଟରୁ ପୁଣି ଜଟଣୀରୁ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଲୋକେ ଚାହିଁଲେ କଂଗ୍ରେସ ଟିକେଟରୁ ପୁଣି ଲଢ଼ିବି ବୋଲି ସୁର କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଛାଡି ଦେଇଥିଲେ ବୋଲି ଏଥର କଂଗ୍ରେସ ଜଟଣୀରେ ହାରିଲା । ଏଥର ଜଟଣୀରେ କଂଗ୍ରେସ ଆସିବ। ଲୋକଙ୍କ ସହ ମିଶୁଛୁ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛି। ଆମ ପାଖରେ ଶକ୍ତି, ସଂଗଠନ, ପଇସା ଅଛି, ଲଢ଼ିବୁ ଜିତିବୁ ବୋଲି କହିଛନ୍ତି ସୁର । ତେବେ ପୂର୍ବରୁ ନିର୍ବାଚନ ଲଢ଼ିବେନି ବୋଲି କହିଥିଲେ ସୁର ରାଉତରାୟ।