ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳକୁ ଶକ୍ତ ଧକ୍କା, ଗୁଜୁରାଟ ବିଧାନସଭାରୁ ଇସ୍ତାଫା ଦେଲେ 8 କଂଗ୍ରେସ ବିଧାୟକ
Khabar Odisha:Strong-blow-to-Congress-ahead-of-Rajya-Sabha-elections-8-Congress-MLAs-resign-from-Gujarat-Assembly
ଗୁଜୁରାଟ, ଜୁନ ୦୫ (ଖବର ଓଡ଼ିଶା):

ଗୁଜୁରାଟରେ ରାଜ୍ୟସଭା ନିର୍ବାଚନ ଘୋଷଣା ହେବା ପରଠାରୁ କଂଗ୍ରେସ ବିଧାୟକଙ୍କ ଇସ୍ତଫା ପର୍ଯ୍ୟାୟ ଜାରି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ 8 ଜଣ କଂଗ୍ରେସ ବିଧାୟକ କଂଗ୍ରେସ ଦଳ ଛାଡିଛନ୍ତି । କିଛି ଦିନ ତଳେ ମଧ୍ୟ ତିନିଜଣ ବିଧାୟକ ଇସ୍ତଫା ଦେଇଛନ୍ତି। ଏଥିରେ କର୍ଜନରୁ ଅକ୍ଷୟ ପଟେଲ, କପ୍ରାଡାରୁ ଜିତୁ ଚୌଧୁରୀ ଏବଂ ମୋର୍ବିରୁ ବ୍ରିଜେଶ ମେର୍ଜା ଥିଲେ ହେଲେ ବ୍ରିଜେଶ ମର୍ଜା ଆଜି ତାଙ୍କ ଇସ୍ତଫା ପତ୍ର ବାଚସ୍ପତିଙ୍କୁ ଭେଟି ପ୍ରଦାନ କରିଛନ୍ତି ।

ରାଜ୍ୟସଭା ନିର୍ବାଚନ ଘୋଷଣା ପରେ ପାଞ୍ଚ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି। ଗାଡାରୁ ପ୍ରବୀଣ ମାରୁ, ଲିମ୍ବଡିରୁ ସୋମା ପଟେଲ, ଅବଦାସାରୁ ପ୍ରଦ୍ୟୁମ୍ନ ସିଂ ଜାଡେଜା, ଧାରୀରୁ ଜେ.ଭି କାକଡିଆ ଏବଂ ଡାଙ୍ଗରୁ ମଙ୍ଗଲ ଗାଭିଟ ସେମାନଙ୍କ ଇସ୍ତଫା ପତ୍ର ଦାଖଲ କରିଥିବାବେଳେ ଗତକାଲି ଇସ୍ତଫା ଦେଇଥିଲେ ଦୁଇ ବିଧାୟକ ଅକ୍ଷୟ ପଟେଲ ଏବଂ ଜିତୁ ଚୌଧୁରୀ |

ଗୁଜୁରାଟ ବିଧାନସଭା ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀ ଗତକାଲି କହିଛନ୍ତି ଯେ ବୁଧବାର ସନ୍ଧ୍ୟାରେ ଉଭୟ କଂଗ୍ରେସ ବିଧାୟକ ଇସ୍ତଫା ଦେବା ପାଇଁ ମୋ ପାଖକୁ ଆସିଥିଲେ। ମୁଁ ଇସ୍ତାଫା ପତ୍ର ଗୁଡିକୁ ଯାଞ୍ଚ କରିଥିଲି | ଦୁଇ ବିଧାୟକ ମୁହଁରେ ମାସ୍କ ପିନ୍ଧିଥିଲେ | ମୁଁ ଏହାକୁ ମୁହଁରୁ ହଟାଇବାକୁ କହିଲି ଏବଂ ସେମାନଙ୍କର ଚେହେରା ଚିହ୍ନିବା ପରେ ସେମାନଙ୍କର ଇସ୍ତଫା ପତ୍ର ଗ୍ରହଣ କରିଥିଲି | ବର୍ତ୍ତମାନ ପରିସ୍ଥିତିରେ ସେମାନେ ଆଉ ଗୃହର ସଦସ୍ୟ ନୁହଁନ୍ତି।

ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଦଳ ତାର ଦୁଇ ପ୍ରାର୍ଥୀ - ଶକ୍ତି ସିଂ ଗୋହିଲ ଏବଂ ଭାରତ ସିଂ ସୋଲାଙ୍କିଙ୍କୁ ପାର୍ଥୀ କରିଛି । ଗୋହିଲଙ୍କୁ ପ୍ରଥମ ପସନ୍ଦ ଭୋଟ୍ ମିଳିବ ଏବଂ ସେ ରାଜ୍ୟସଭାକୁ ନିର୍ବାଚିତ ହେବା ନିଶ୍ଚିତ, କିନ୍ତୁ ଭାରତ ସିଂ ସୋଲାଙ୍କିଙ୍କ ଭବିଷ୍ୟତ ଅନ୍ଧାରକୁ ପଳାଇଛି । ବର୍ତ୍ତମାନ କେବଳ ପରିଚାଳନା ଦକ୍ଷତା ହିଁ ତାଙ୍କୁ ବିଜୟ କରାଇପାରିବ |

ବିଧାୟକଙ୍କ ଇସ୍ତଫା ସମ୍ପର୍କରେ ବରିଷ୍ଠ କଂଗ୍ରେସ ନେତା ଅର୍ଜୁନ ମୋଡୱାଡିଆ କହିଛନ୍ତି ଯେ ବିଜେପି ଆମ ବିଧାୟକଙ୍କୁ ଆମ ସହ ଧୋକା ଦେବା ପାଇଁ ଟଙ୍କା ଏବଂ ଧମକର ବ୍ୟବହାର କରୁଛି। ଅକ୍ଷୟ ପଟେଲଙ୍କର ଖଣି କ୍ଷେତ୍ରରେ ବ୍ୟବସାୟିକ ଆଗ୍ରହ ରହିଛି ଏବଂ ସେଥିପାଇଁ ତାଙ୍କୁ ପ୍ରଲୋଭିତ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି |

  • Tags:

Subscribe

National International State Sports Entertainment