ମୁୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ସରଗରମ ମଧ୍ୟରେ କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସ୍ୱାସ୍ଥ୍ୟବସ୍ଥା ମଙ୍ଗଳବାର ପୁଣି ଥରେ ବିଗିଡିଛି । ତାଙ୍କୁ ଠାଣେ ସ୍ଥିତ ଜୁପିଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରବିବାର ସିନ୍ଦେ ନିଜର ପୈତୃକ ଗାଁରୁ ମୁମ୍ବାଇ ଫେରିଥିଲେ । ସ୍ୱାସ୍ଥ୍ୟବସ୍ଥା ଖରାପ ଯୋଗୁଁ ସେ ବିଶ୍ରାମ ପାଇଁ ଗାଁକୁ ଚାଲି ଯାଇଥିଲେ । ବଡ କଥା ସିନ୍ଦେଙ୍କ ସ୍ୱାସ୍ଥ୍ୟ ସମସ୍ୟା ସେହି ସମୟରେ ଉପୁଜିଛି ଯେଉଁ ସମୟରେ ରାଜ୍ୟରେ ନୂତନ ସରକାରର ଶପଥ ଗ୍ରହଣକୁ ନେଇ ପ୍ରସ୍ତୁତି ଚାଲିଛି ।
ଅଧିକାରୀଙ୍କ ଅନୁଯାୟୀ, ସିନ୍ଦେଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ନ ଆସିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ପୂରା ସ୍ୱାସ୍ଥ୍ୟ ଯାଞ୍ଚ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । କୁହାଯାଉଛି ଯାଞ୍ଚ ପାଇଁ ତାଙ୍କୁ କିଛି ସମୟ ଯାଏ ହସ୍ପିଟାଲରେ ରହିବାକୁ ପଡିପାରେ । ଗତ ଶୁକ୍ରବାର ସିନ୍ଦେ ଜ୍ୱର ହେବା କାରଣରୁ ସତାରା ଚାଲି ଯାଇଥିଲେ । ସେଠାରୁ ଫେରିବା ପରେ ନିଜେ ସୁସ୍ଥ ଥିବା ଏବଂ ବିଶ୍ରାମ ପାଇଁ ଗାଁକୁ ଯାଇଥିବା କହିଥିଲେ ।
ଅନ୍ୟପଟେ ମହାରାଷ୍ଟ୍ରରେ ଗୁରୁବାର ଅର୍ଥାତ ଡିସେମ୍ବର ୫ ତାରିଖ ଶପଥ ସମାରୋହ ହେବାର ସମ୍ଭାବନା ରହିଛି । ଏହି ସମୟରେ ମୁଖ୍ୟମନ୍ତ୍ରୀ ଓ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇ ପାରନ୍ତି । ସିନ୍ଦେଙ୍କ ଶପଥ ନେବେ ବୋଲି ଆଶା କରାଯାଉଛି । ବୁଧବାର ଭାରତୀୟ ଜନତା ପାର୍ଟି ବିଧାୟକ ଦଳ ନେତା ଘୋଷଣା କରିପାରେ ।