ଉତ୍ତର ପ୍ରଦେଶରେ ବିଜେପିି ଶାସିତ ଯୋଗି ସରକାରକୁ ହଟାଇବାକୁ ଏନସିପି ସହିତ ହାତ ମିଶାଇଲା ସମାଜବାଦି ପାର୍ଟି
Khabar Odisha:Samajwadi-Party-joins-NCP-to-overthrow-BJP-ruled-Yogi-government-in-Uttar-Pradesh

ନୁଆଦିଲ୍ଲୀ, ଜୁଲାଇ ୨(ଖବର ଓଡ଼ିଶା): ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି ଶାସିତ ଯୋଗି ଆଦିତ୍ୟନାଥ ସରକାରଙ୍କ ହଟାଇବାକୁ ଶରଦ ପାୱାରଙ୍କ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ଏବଂ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି (ଏସପି) ଏକାଠି ଲଢିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୧୭ ମସିହାରେ ବିପୁଳ ମତାମତ ସହ ରାଜ୍ୟରେ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି (ବିଜେପି) କୁ ପରାସ୍ତ କରିବାକୁ ଉଭୟ ଦଳ ଏକାଠି ହୋଇଛନ୍ତି ।

ଉତ୍ତର ପ୍ରଦେଶରେ ବିଜେପି ସରକାରକୁ ଶାସନରୁ ହଟାବାକୁ ସମସ୍ତ ବିରୋଧୀ ଦଳକୁ ଏକଜୁଟ ହୋଇ ସମାଜବାଦି ପାର୍ଟି ସହିତ ନିର୍ବାଚନ ଲଢିବାକୁ ପାର୍ଟି ପକ୍ଷରୁ ଆହ୍ୱାନ ଦିଆଯାଇଛି । ଗତ ସପ୍ତାହରେ ପାର୍ଟି କର୍ମୀଙ୍କୁ ସମ୍ବୋଧିତ କରୁଥିବାବେଳେ ଅଖିଳେଶ ଯାଦବ କହିଛନ୍ତି ଯେ ବିଜେପି ଏକ ଦଳ ଯାହା ଗଣତନ୍ତ୍ର ପ୍ରତି ବିପଦ। ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବ ବୋଲି ସେ କହିଛନ୍ତି।

ୟୁପିରେ ୩୫୦ ଟି ସିଟ୍ ହାସଲ କରିବାର ଲକ୍ଷ୍ୟ ହାସଲ କରିବାକୁ ହେଲେ ଆମକୁ ଦିନରାତି କାମ କରିବାକୁ ପଡିବ ବୋଲି ଯାଦବ କହିଛନ୍ତି ଯେ ଦଳର କର୍ମୀମାନେ ବିଜେପିର ରଣନିତି ପ୍ରତି ସାବଧାନ ହେବା ଆବଶ୍ୟକ ବୋଲି ସେ ଏହି ଅନସରରେ କହିଥିଲେ । ତେବେ ଉଭୟ ପାର୍ଟି ମଧ୍ୟରେ ମେଣ୍ଟ ନେଇ ଏନସିପି ମହାସଚୀବ କେ.କେ ଶର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

  • Tags:

Subscribe

National International State Sports Entertainment