ପ୍ରଧାନମନ୍ତ୍ରୀ ମୋଦୀଙ୍କର ଦେଶପ୍ରତି ଉତ୍ସର୍ଗୀକୃତ ଏବଂ ଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସାଂସଦ ଜୁଏଲ ଓରାମ ଓ ପୂର୍ବତନ ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ବିଜେଡି ନେତା ତଥା ରାଜଗାଙ୍ଗପୁର ମ୍ୟୁନିସିପାଲଟି ପୂର୍ବତନ ଚେୟାରମ୍ୟାନ ପୂର୍ଣ୍ଣଚନ୍ଦ୍ର ରାଉତ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ରାଉତଙ୍କୁ ସାଂସଦ ଜୁଏଲ ଓରାମ ଓ ପୂର୍ବତନ ରାଜ୍ୟ ସଭାପତି କେଭି ସିଂହଦେଓ ଦଳୀୟକୁ ସ୍ୱାଗତ କରିଥିଲେ ।
ତେବେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ କାର୍ଯ୍ୟକ୍ରମ ଓ ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଛି ବୋଲି କହିଛନ୍ତି ଶ୍ରୀ ରାଉତ । ଏହି ମିଶ୍ରଣ ପର୍ବରେ ରାଜ୍ୟ ଉପସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ, ରାଜ୍ୟ ସମ୍ପାଦକ ସରୋଜ କର ପ୍ରମୁଖ ଉପସ୍ଥିତ ଥିଲେ ।
ଅଧିକ ପଢ଼ନ୍ତୁ : ବିଜେପିରେ ମିଶିଲେ ବାହୁବଳୀ ବିଧାୟକ