ଭୁବନେଶ୍ୱର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନ | ଗସ୍ତର ଅନ୍ତିମ ଦିନରେ 2ଟି ବିଦ୍ୟାଳୟ ଯଥା ୟୁନିଟ -2 କ୍ୟାପିଟାଲ ଗାର୍ଲସ ହାଇସ୍କୁଲ ଓ ଖଣ୍ଡଗିରିସ୍ଥିତ ତପୋବନ ସ୍କୁଲ ଏବଂ କୁନ୍ତଳା କୁମାରୀ ଆଦିବାସୀ ହଷ୍ଟେଲ ପରିଦର୍ଶନ କରିଛନ୍ତି | ନିଜ ସ୍କୁଲରେ ପହଞ୍ଚି ବେସ୍ ଭାବବିହ୍ୱଳ ହୋଇପଡିଥିଲେ ରାଷ୍ଟ୍ରପତି। ଆଜି କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀ ନିବାସ ପରିଦର୍ଶନ କରି ମୁ ବହୁତ ଖୁସି | ମୋର ଏହି ହଷ୍ଟେଲ ପରିଦର୍ଶନ ମୋ ଛାତ୍ରୀ ଜୀବନ ଅନେକ ଅଭୁଲା ସ୍ମୁତି କୁ ଉଜ୍ଜୀବିତ କରିଛି ବୋଲି ଲେଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ |
ହଷ୍ଟେଲର ଅନ୍ତେବାସିନୀ ଏବଂ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହିତ କଥାବାର୍ତା ହେବା ସମୟ ରେ ମୁଁ ଭାବବିହ୍ୱଳ ହୋଇ ପଡ଼ିଲି। ଖୁସିର କଥା ଏଠାରେ ଛାତ୍ରୀ ମାନଙ୍କୁ ଏକ ସୁରକ୍ଷିତ ସ୍ୱଚ୍ଛ ଏବଂ ଘରେଇ ପରିବେଶ ମିଳୁଛି । ମୁଁ ଛାତ୍ରୀ ମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରୁଛି। ଏମିତି ଲେଖି ଭୁବନେଶ୍ୱର ୟୁନିଟ2 କୁନ୍ତଳା କୁମାରୀ ସାବତ ଛାତ୍ରୀ ନିବାସ ରେଜିଷ୍ଟ୍ରେର ରେ ଦସ୍ତଖତ କରିଲେ ମହାମହିମ ରାଷ୍ଟ୍ରପତି ।