ଆଟାକ୍ ପରେ କାଉଣ୍ଟର ଆଟାକ୍..ବବିଙ୍କୁ ଜବାବ ଦେଲେ ପ୍ରଦୀପ୍ତ ନାଏକ, ଦେଖାଇଲେ ନିଜ ଜିଲ୍ଲାର କଥା
Khabar Odisha:Pradeepta-nayak-target-to-Babi
ଭୁବନେଶ୍ୱର, ଡିସେମ୍ବର 15 ( ଖବର ଓଡ଼ିଶା):

 ଭୁବନେଶ୍ୱର, 28 ଡିସେମ୍ବର () ଆଟାକ୍ କାଉଣ୍ଟର ଆଟାକ୍  । ମହିଳା ସଶକ୍ତିକରଣକୁ ନେଇ ଟୁଇଟରରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି  । ସେପଟେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ମଧ୍ୟ ଟୁଇଟ କରି ବିଜେଡି ସଙ୍ଗଠନ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କୁ ଦେଇଛନ୍ତି ଜବାବ  । କହିଛନ୍ତି ମୋଦି ସରକାର ମହିଳାଙ୍କୁ ସମ୍ମାନ ଦେବାପାଇଁ ପ୍ରତିଶ୍ରୁତି ବଦ୍ଧ  ।

 

ମହିଳା ସମ୍ମାନକୁ ନେଇ ପ୍ରଥମେ ବିଜେଡି ସଙ୍ଗଠନ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଟୁଇଟ ସିଧାସଳଖ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି ମହିଳା କାର୍ଡ ଖେଳିଥିଲେ  । ଆଉ ପ୍ରଣବଙ୍କ ଏହି ଟୁଇଟକୁ ନେଇ ତାଙ୍କୁ ଘେରିଥିଲେ ବିଜେପି ଦଳର ବହୁ ନେତା ।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଟୁଇଟ କରି ସିଧାସଳଖ ବିଜୁ ଜନତା ଦଳକୁ କରିଛନ୍ତି ଟାର୍ଗେଟ  । ପ୍ରଦୀପ୍ତ କହିଛନ୍ତି ମହିଳାଙ୍କୁ ସମ୍ମାନ ଦେବା ପାଇଁ ମୋଦି ସରକାର ପ୍ରତିବଦ୍ଧ  । ମହିଳାଙ୍କ ପାଇଁ ପ୍ରତୀକାତ୍ମକ ନୁହେଁ ବରଂ ଠୋସ ପଦକ୍ଷେପ ନେବା ଜରୁରୀ  । ଏ ପ୍ରସଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ବୁଝାଇବାକୁ ପ୍ରଣବ ପ୍ରକାଶ ଦାସଙ୍କୁ ଆହ୍ୱାନ କରିଛନ୍ତି ପ୍ରଦୀପ୍ତ  । କରୋନା ପାଇଁ ମୁଖ୍ୟମନ୍ତ୍ରୀ ଘରୁ ବାହାରି ପାରୁନାହାନ୍ତି  । ଗୃହ ବିଭାଗ ତାଙ୍କ ହାତରେ ଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି  । ବିଧାୟିକାଙ୍କ ହାତରେ ଗୃହ ଓ ଅର୍ଥ ବିଭାଗ ଦାୟିତ୍ୱ ଦେଇ ମହିଳାଙ୍କୁ ସତରେ ସଶକ୍ତ କରିବା ଦରକାର  । ପ୍ରଣବ ଓରଫ ବବିଙ୍କୁ ଟାର୍ଗେଟ କରି ନିଜ ଜିଲ୍ଲାରେ ଘଟିଥିବା ସ୍ମିତାରାଣୀ ପ୍ରସଙ୍ଗକୁ ଆଗକୁ ଆଣିଛନ୍ତି ପ୍ରଦୀପ୍ତ  । ପ୍ରଦୀପ୍ତ କହିଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଲୋଗାନରେ ବିଶ୍ୱାସ କରନ୍ତି ନାହିଁ  । ମହିଳାଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ସହ ସେମାନଙ୍କୁ ସମ୍ମାନ ଦେଲେ  । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକୁ ସଫଳ ପାଇଁ ଧର୍ମେନ୍ଦ୍ର ପ୍ରଧାନ ଗୁଣ୍ଡୁଚି ମୂଷା ଭଳି କାମ କରୁଛନ୍ତି  । ପ୍ରତିରକ୍ଷା ଓ ଅର୍ଥ ଭଳି ଗୁରୁଦାୟିତ୍ୱ ମହିଳାଙ୍କ ହାତରେ ଦେବା ମହିଳା ସଶକ୍ତିକରଣର ବଡ ନିଦର୍ଶନ ବୋଲି ପ୍ରଦୀପ୍ତ କହିଛନ୍ତି  ।ସେପଟେ ମହିଳା ସଶକ୍ତିକରଣ ପ୍ରସଙ୍ଗକୁ ନେଇ ବିଜେଡି ବିଧାୟିକା ଲତିକା ପ୍ରଧାନ କହିଛନ୍ତି ବିଜୁ ଜନତା ଦଳ କଥାରେ ନୁହେଁ କାମରେ ବିଶ୍ୱାସ କରେ  । ମହିଳାଙ୍କୁ ସମ୍ମାନ ଦେବାରେ ବିଜେଡି ଆଗରେ  ।

  • Tags:

Subscribe

National International State Sports Entertainment