ସୁରେଶ ପୂଜାରୀଙ୍କୁ ଆଉ ଏକ ଗୁରୁ ଦାୟିତ୍ଵ, ବିଜେପିର ‘ସଦସ୍ୟ ସଂଗ୍ରହ ଅଭିଯାନ’ର ହେଲେ ସହ ସଂଯୋଜକ
Khabar Odisha:Politics-odisha-mp-suresh-pujari--became-the-vice-head-of-bjp-membership-campaign-committee
ନୂଆଦିଲ୍ଲୀ,ଜୁନ୧୩(ଖବର ଓଡ଼ିଶା):

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କ ପାର୍ଟିକୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ତାଙ୍କୁ ଦଳର ରାଷ୍ଟ୍ରୀୟ ସଦସ୍ୟ ସଂଗ୍ରହ ଅଭିଯାନର ସଂଯୋଜକ କରାଯାଇଛି। ଏବେ ଭାରତୀୟ ଜନତା ପାର୍ଟିର ସଦସ୍ୟତା ଅଭିଯାନ ତାଙ୍କ ନେତୃତ୍ୱରେ କରାଯିବ । ଏଭଳି ହେବା ଦ୍ୱାରା ପୁଣି ଥରେ ଶିବରାଜ ସିଂହ ମେନଷ୍ଟ୍ରିମରେ ଆସିଛନ୍ତି।  ଏହା ସହିତ ଉକ୍ତ ଅଭିଯାନରେ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ଦଳ ପକ୍ଷରୁ ଆଉ ଏକ ଦାୟିତ୍ଵ ଦିଆଯାଇଛି। ବିଜେପିର ସଦସ୍ୟ ସଂଗ୍ରହ ଅଭିଯାନର ସହସଂଯୋଜକ ଭାବେ ନିଯୁକ୍ତ କରାଯାଇଛି। 

ଉଲ୍ଲେଖଯୋଗ୍ୟ, ଲୋକସଭା ନିର୍ବାଚନରେ ଐତିହାସିକ ସଫଳତା ପରେ ବିଜେପି ଦେଶରେ ନିଜର ସ୍ଥିତିକୁ ଆହୁରି ମଜବୁତ କରିବା ଏବଂ ଆଗାମୀ ବିଧାନସଭା ନିର୍ବାଚନ ଜିତିବା ପାଇଁ ରଣନୀତି ପ୍ରସ୍ତୁତିରେ ଜୁଟି ଯାଇଛି। ଏହି କ୍ରମରେ ବିଜେପି ସମଗ୍ର ଦେଶରେ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଏଥିରେ ଦଳ ଅଧ୍ୟକ୍ଷ  ଅମିତ ଶାହା ଶିବରାଜଙ୍କୁ ଆହୁରି ଅଧିକ ମହତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି । ଏବେ ତାଙ୍କର ନେତୃତ୍ୱରେ ସମ୍ପୂର୍ଣ୍ଣ ଦେଶରେ ସଦସ୍ୟତା ଅଭିଯାନ ଚାଲିବ । ଏଥିରେ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ସହ ଦୁଷ୍ମନ୍ତ ଗୌତମ, ଅରୁଣ ଚତୁର୍ବେଦୀ, ଶ୍ରୀମତି ଶୋଭା ସୁରେନ୍ଦ୍ରନଙ୍କୁ ସହସଂଯୋଜକ ଦାୟିତ୍ଵ ଦିଆଯାଇଛି। 

ଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ତାଙ୍କୁ ନୂତନ ଦାୟିତ୍ୱ ଦିଆଯାଇଛି । ଏହା ସହିତ ସୁରେଶ ପୂଜାରୀ ଦଳର ସଚିବ ପଦରେ ମଧ୍ୟ ଅଛନ୍ତି। ଏହା ସହିତ ପଶ୍ଚିମବଙ୍ଗରେ ମଧ୍ୟ ପ୍ରଭାରୀ ଦାୟିତ୍ଵରେ ରହି ସାରିଛନ୍ତି। ଉଲ୍ଲେଖଯୋଗ୍ୟ, ସୁରେଶ ପୂଜାରୀ ଚଳିତ ଲୋକସଭା ନିର୍ବାଚନରେ ବରଗଡ ସଂସଦୀୟ କ୍ଷେତ୍ରରୁ ବିଜୟୀ ହୋଇ ସଂସଦକୁ ନିର୍ବାଚିତ ହୋଇଛନ୍ତି। ସେ ବିଜେଡିର ରାଜ୍ୟସଭା ସାଂସଦ ତଥା ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପରାଜିତ କରିଥିଲେ। 

  • Tags:

Subscribe

National International State Sports Entertainment