ମହାରାଷ୍ଟ୍ରରେ ‘ଅପରେଶନ ଲୋଟସ’ ନାହିଁ, ଆପେ ଆପେ ସରକାର ଭାଙ୍ଗିଯିବ: ଫଡ଼ନବୀସ
Khabar Odisha:Politics-No-operation-lotus-in-Maharashtra-says-former-CM-Devendra-Fadnavis

ମୁମ୍ବାଇ, ଜୁଲାଇ ୧୮ (ଖବର ଓଡ଼ିଶା): ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳର ନେତା ଦେବେନ୍ଦ୍ର ଫଡ଼ନବୀସ ଶୁକ୍ରବାର କହିଛନ୍ତି, ମହାରାଷ୍ଟ୍ରରେ ‘ଅପରେଶନ ଲୋଟସ’ ନାହିଁ । ସେ କହିଛନ୍ତି, ମହା ବିକାଶ ଅଘାଡ଼ି ସରକାର ଆପେ ଆପେ ଭାଙ୍ଗିଯିବ । ଭାରତୀୟ ଜନତା ପାର୍ଟି ସରକାର ଭାଙ୍ଗିବାକୁ ନେଇ କୌଣସି ହସ୍ତକ୍ଷେପ କରୁନାହିଁ । ଫଡ଼ନବୀସ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ଏହି ବୟାନ ଦେଇଛନ୍ତି । 

ଶାହାଙ୍କ ସହିତ ଦୀର୍ଘ ଏକ ଘଣ୍ଟା ଆଲୋଚନା ପରେ ବିଜେପିର ବରିଷ୍ଠ ନେତା ଫଡ଼ନବୀସ କହିଛନ୍ତି, ଆମେ ରାଜ୍ୟ ସରକାରକୁ ଅସ୍ଥିର କରିବାକୁ ଚାହୁଁନାହୁଁ । ଏବେ କରୋନା ଭାଇରସର ସମୟ । ସମଗ୍ର ବିଶ୍ୱ କରୋନା ଭାଇରସରୁ ବର୍ତ୍ତିବା ପାଇଁ ସଂଘର୍ଷ କରୁଛି । ମହାରାଷ୍ଟ୍ରରେ ‘ଅପରେଶନ ଲୋଟସ’ ହେବ ନାହିଁ । ସେ କହିଛନ୍ତି, ମହାରାଷ୍ଟ୍ରରେ କରୋନାର ସ୍ଥିତି ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ଏଥି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାକୁ ସମୟ ମାଗିଛନ୍ତି । 

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଜି ଭେଟିବେ ଫଡ଼ନବୀସ

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର ସମ୍ଭାବନା ରହିଛନ୍ତି । ଏଥି ପାଇଁ ବିଜେପି ନେତା ରଣଜିତସିଂହ ନିମ୍ବାଲକର, ହର୍ଷବର୍ଦ୍ଧନ ପାଟିଲ, ଧନଂଜୟ ମହାଡିକ, ବିନୟ କୋରେ ଓ ଜୟକୁମାର ଗୋରେ ଦିଲ୍ଲୀ ଗସ୍ତ କରିଛନ୍ତି । 

 

  • Tags:

Subscribe

National International State Sports Entertainment