ମୁମ୍ବାଇ, ଏପ୍ରିଲ ୧୫ (ଖବର ଓଡ଼ିଶା): ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ)ର ବରିଷ୍ଠ ନେତା ରାଜ ଠାକରେ ସାର୍ବଜନିକ ‘ହନୁମାନ ଚାଲିସା’ ପାଠ କରିବା ପାଇଁ ଆହ୍ୱାନ କରିଛନ୍ତି । ବିଗଦ ଦିନରେ ସେ ମସଜିଦରୁ ଡାକବାଜି ଯନ୍ତ୍ର ହଟାଇବା ପାଇଁ ଅଲ୍ଟିମେଟମ ଦେଇଥିଲେ । ସେ କହିଥିଲେ ଯେ, ଏହି ଡାକବାଜି ଯନ୍ତ୍ର ହଟାଯାଉ । ଯଦି ଏହା ଦ୍ୱାରା ଲୋକଙ୍କୁ ଶବ୍ଦ ଶୁଣାଯିବ, ତା’ହେଲେ ମସଜିଦ ସାମ୍ନାରେ ହନୁମାନ ଚାଲିସା ପାଠ କରିବେ । ଏବେ ରାଜ ଠାକରେ ଆସନ୍ତା ୧୬ ତାରିଖ ଦିନ ସାର୍ବଜନିକ ହନୁମାନ ଚାଲିସା ପାଠ କରିବା ପାଇଁ ଘୋଷଣା କରିଛନ୍ତି । ଏନେଇ ଏକ ପୋଷ୍ଟର ଜାରି କରିଛନ୍ତି ।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ରାଜ ଠାକରେ ଆସନ୍ତା ୧୬ ତାରିଖ ଦିନ ଖାଲକର ଛକରେ ଥିବା ମାରୁତି ମନ୍ଦିରରେ ସନ୍ଧ୍ୟା ୬ଟାରେ ହନୁମାନ ଚାଲିସା ପାଠ କରିବେ । ଏହି ସମୟରେ ତାଙ୍କ ସମର୍ଥକମାନେ ଉପସ୍ଥିତ ରହିବେ । ମହାରାଷ୍ଟ୍ର ନବନିର୍ମାଣ ସେନା ତରଫରୁ ଶନିବାର ଦିନ ପୁଣେର ମାରୁତି ଛକରେ ହନୁମାନଙ୍କ ମହାଆରତୀ ଆୟୋଜନ ହେବ । ଏମଏନଏସର ଦାବି ଯେ, ସନ୍ଧ୍ୟା ଆରତୀରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିବେ । ନେତା, କର୍ମୀ ଓ ସାଧାରଣ ଜନତା ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ।
ସୂଚନାଯୋଗ୍ୟ, ମୁମ୍ବାଇ, ଥାଣେ ପରେ ଏବେ ପୁଣେରେ ମହାରାଷ୍ଟ୍ର ନବନିର୍ମାଣ ସେନା ହନୁମାନ ଚାଲିସା ଆନ୍ଦୋଳନକୁ ତୀବ୍ର କରୁଛି ।