କେରଳ ନିର୍ବାଚନ ଜିତିଲେ ଅଂଚଳକୁ ଟେକ୍ନୋକ୍ରେଟ ଭଳି ଚଳାଇବି: ମେଟ୍ରୋ ମ୍ୟାନ୍‌
Khabar Odisha:Politics-Kerala-election-BJP-candidate-metroman-E-Sreedharan-said-I-will-run-my-assembly-like-technocrat

ପାଲକ୍କଡ, ଏପ୍ରିଲ ୦୩ (ଖବର ଓଡ଼ିଶା): ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଇ ଶ୍ରୀଧରନ ଯଦିଓ ରାଜନୀତିରେ ନୂଆ ଚେହେରା, ତଥାପି ସେ ଅନେକ ମହାନ ଲକ୍ଷ୍ୟ ରଖିଛନ୍ତି । ସେ କହିଛନ୍ତି ମୁଁ ରାଜନୀତିଜ୍ଞ ନୁହେଁ କି ରାଜନୀତି କଥା କହୁନାହିଁ । କିନ୍ତୁ ନିର୍ବାଚନ ଯଦି ଜିତିଯାଏ, ତାହେଲେ ଅଂଚଳକୁ ଟେକ୍ନୋକ୍ରେଟ ଭଳି ଚଳାଇବି । ତେଣୁ ଲୋକେ ନିର୍ଦ୍ଧାରଣ କରିବା ଦରକାର ଯେ, ସେମାନଙ୍କୁ ରାଜନୀତିଜ୍ଞ ଆବଶକ୍ୟକ କି କାମ କରୁଥିବା ମଣିଷ ଚାହୁଁଛନ୍ତି । 

ଲୋକେ ଆପଣଙ୍କୁ କାହିଁକି ଭୋଟ ଦେବେ? ଏହି ପ୍ରଶ୍ନର ଉତ୍ତରରେ ଶ୍ରୀଧରନ କହିଛନ୍ତି ଯେ, ନିଜର ଅଭିଜ୍ଞତାରୁ ନୂଆ ୱାର୍କ କଲଚର ଆଣିପାରିବି । ମଜବୁତ ପ୍ରଶାସନ ଦେଇପାରିବି ଏବଂ ଆମେ ଲୋକଙ୍କୁ ଦେଖଇପାରିବା ଯେ, ପ୍ରକଳ୍ପ ଠିକ ସମୟରେ ପୂରା ହେବ । ସେ କହିଛନ୍ତି ଯେ, କେରଳରେ ଛୋଟ ଛୋଟ ପ୍ରକଳ୍ପ ଠିକ ସମୟରେ ପୂରା ହୋଇପାରୁ ନାହିଁ ଏବଂ ଏହା ପରିବର୍ତ୍ତନ ହେବା ଦରକାର । ମୁଁ ଲୋକଙ୍କୁ ବିକାଶ ପାଇଁ ଅର୍ଥାତ ବିଶେଷ କରି ଭିତ୍ତିଭୂମି ଓ ଶିଳ୍ପ ଲାଗି ଭୋଟ ମାଗୁଛି । ଶିଳ୍ପ ଆସିଲେ ଲୋକଙ୍କୁ ରୋଜଗାର ମିଳିବ । ଏବେ ପାଠପଢ଼ା ଶେଷ ହେବା ପରେ ଯୁବପିଢ଼ି ବାହାର ରାଜ୍ୟକୁ କାମ କରିବା ପାଇଁ ଯାଉଛନ୍ତି । 

ବିଜେପି ପ୍ରାର୍ଥୀ ଶ୍ରୀଧରନ କହିଛନ୍ତି ଯେ, ମୁଁ ବିକାଶର କଥା କହୁଛି । ମୁଁ ରାଜନୀତି କଥା କହୁନାହିଁ । ମୁଁ କାହାରି ଖରାପ ବିଷୟରେ କହୁ ନାହିଁ କି ଅନ୍ୟ ଉପରେ ଦୋଷାରୋପ କରୁଛି । ମୁଁ ଲୋକଙ୍କୁ କେବଳ ଏତିକି କହିପାରିବି ଯେ, ସେମାନଙ୍କର ଲାଗି କ’ଣ କରିପାରିବି । ସେ କହିଛନ୍ତି ଯେ, ଯୁବିପିଢ଼ି ମୋ ସହିତ ଯୋଗାଯୋଗ କରୁଛନ୍ତି । ମୋର ଯୋଜନା ସେମାନଙ୍କୁ ପସନ୍ଦ ଲାଗୁଥିବାରୁ ଉତ୍ସାହିତ ଦେଖାଯାଉଛନ୍ତି । 

 

  • Tags:

Subscribe

National International State Sports Entertainment