କଂଗ୍ରେସ ଉପରେ ମମତାଙ୍କ ଷ୍ଟ୍ରାଇକ୍‌: ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ସମେତ ୧୨ ବିଧାୟକ ଟିଏମ୍‌ସିରେ ସାମିଲ
Khabar Odisha:Politics-Ex-CM-of-Meghalaya-with-other-congress-MLA-join-in-TMC

ଆଇଜଲ, ନଭେମ୍ବର ୨୫ (ଖବର ଓଡ଼ିଶା): ମେଘାଳୟରେ କ‌ଂଗ୍ରେସକୁ ଶକ୍ତ ଝଟକା ଲାଗିଛି। କଂଗେସର ୧୮ରୁ ୧୨ ଜଣ ବିଧାୟକ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରେ ସାମିଲ ହୋଇଛନ୍ତି। ଏହା କଂଗ୍ରେସ ପାଇଁ ବଡ଼ ଝଟକା କୁହାଯାଉଛି। ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସଙ୍ଗମା ମଧ୍ୟ ଏହି ତାଲିକାରେ ଅଛନ୍ତି। ତାଙ୍କୁ ରାଜ୍ୟରେ ଜଣାଶୁଣା ନେତା ଭାବରେ ଗଣତି କରାଯାଇଥାଏ। 

ମୁକୁଲ ସଙ୍ଗମା ଗତ ସେପ୍ଟେମ୍ବର ମାସରେ ତୃଣମୂଳ କଂଗ୍ରେସର ସାଧାରଣ ସଂପାଦକ ଅଭିଷେକ ବାନାର୍ଜୀଙ୍କୁ ଭେଟିଥିଲେ। କିନ୍ତୁ ଏସଂପର୍କରେ ଉଭୟ କୌଣସି ସୁନିଶ୍ଚିତ ବୟାନ ଦେଇ ନଥିଲେ। କିନ୍ତୁ ମୁକୁଲ ସଙ୍ଗମା ବିଧାନସଭାରେ ବିରୋଧୀ ନେତା ଭିସେଣ୍ଟ ପାଲାଙ୍କ ଦ୍ବାରା ଅସନ୍ତୁଷ୍ଟ ଥିଲେ। 

ତୃଣମୂଳ ସୁପ୍ରିମୋ ଦଳକୁ କ୍ରମାଗତ ଭାବେ ସମୃଦ୍ଧ କରୁଛନ୍ତି। ବିଗତ କିଛି ଦିନ ମଧ୍ୟରେ କଂଗ୍ରେସର ଅନେକ ନେତା ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି। କଂଗ୍ରେସର ବରିଷ୍ଠ ଓ ଜଣାଶୁଣା ନେତା ବାରମ୍ବାର ଦଳ ଛାଡି ଟିଏମ୍‌ସିରେ ଯୋଗଦେଉଛନ୍ତି। ଏହା ପୂର୍ବରୁ ଗତ ୨୩ ତାରିଖରେ କଂଗ୍ରେସ ନେତା କୀର୍ତ୍ତି ଆଜାଦ, କଂଗ୍ରେସର ହରିୟାଣା ଶାଖାର ପୂର୍ବତନ ସଭାପତି ଓ ବରିଷ୍ଠ ନେତା ଅଶୋକ ତମ୍ବର, ଜନତା ଦଳ (ୟୁନାଇଟେଡ)ର ପୂର୍ବତନ ମୁଖ୍ୟ ସଚିବ ପୱନ ବର୍ମା ମଧ୍ୟ ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିଲେ। 

  

 

  • Tags:

Subscribe

National International State Sports Entertainment